STORYMIRROR

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ଦେଖ ତିନି ରଥ ସଜ ହୋଇଛନ୍ତି

ଦେଖ ତିନି ରଥ ସଜ ହୋଇଛନ୍ତି

2 mins
10


"ଦେଖ ତିନି ରଥ ସଜ ହୋଇଛନ୍ତି 

ସିଂହ ଦୁଆର ରେ ଆସି

ଗୁଣ୍ଡିଚା ଘରକୁ ଯିବେ ମହାପ୍ରଭୁ 

ବଡ଼ଦାଣ୍ଡ ଉଠେ ହସି ।


ବରଷକେ ଥରେ ରଥ ଯାତରା ଲୋ

ଚଉଦିଗ ଉଛୁଳଇ

ବାଜେ ଘଣ୍ଟ ଘଣ୍ଟା ବାଜେ ଭେରି ତୂରୀ 

ବଡ଼ଦାଣ୍ଡ ଦୁଲୁକଇ।


ସ୍ବବିଗ୍ରହେ ଆସି ଚତୁର୍ଦ୍ଧା ମୂରତି 

ତିନି ରଥେ ବିଜେ ହେବେ

ପତିତ ମାନଙ୍କୁ ସ୍ବ ବିଗ୍ରହେ ପ୍ରଭୁ 

ରଥରେ ଦର୍ଶନ ଦେବେ ।


ରଥରେ ବାମନ ରୂପ କଲେ ଦରଶନ 

ପୂନରର୍ଜନ୍ମ ହୁଏ ନାହିଁ ଶାସ୍ତ୍ର ରେ ବର୍ଣ୍ଣନ 

ଆହା ରଥ ପଥ

ଆହା ରଥ ପଥ

ରଥ ପଥ ଜଗନ୍ନାଥ ପ୍ରଭୁ ମୋ ଅନନ୍ୟ ।


ଧାଡି ପହଣ୍ଡିରେ ଆସନ୍ତି ଠାକୁରେ

ଝୁଲି ଝୁଲି ହଲିହଲି

ସବୁରି ଓଠରେ ଜୟ ଜଗନ୍ନାଥ 

ହରିବୋଲ ହୁଳହୁଳି ।


ଆଗରେ ଆସିଣ ଚକ୍ର ସୁଦର୍ଶନ 

ଦେବଦଳନ ରେ ବିଜେ

ତାପରେ ଆସନ୍ତି ଦେବ ବଳଭଦ୍ର 

ବିଜେ ପ୍ରଭୁ ତାଳଧ୍ଵଜେ ।


ଶୂନ୍ୟ ପହଣ୍ଡି ରେ ସୁଭଦ୍ରା ଆସନ୍ତି 

ସେବକଙ୍କ କାନ୍ଧେ ଝୁଲି 

ସେ ଦର୍ପଦଳନ ରଥରେ ବସନ୍ତି 

ରଙ୍ଗ ଯାର କଳା ନାଲି ।


ଶେଷରେ ଆସନ୍ତି ପ୍ରଭୁ ଜଗତ ର ନାଥ

ନବରଙ୍ଗ କରି ସେହି ନବରଙ୍ଗିଆ ତ

ନନ୍ଦିଘୋଷ ରଥେ

ନନ୍ଦିଘୋଷ ରଥେ

ନନ୍ଦିଘୋଷ ରଥେ ବିଜେ କରନ୍ତି ସାଆନ୍ତ ।


ଚତୁର୍ଦ୍ଧା ମୂରତି ଗହଳି ଲଗାଇ

ରଥାରୁଢ଼ ହେବା ପରେ

ଗଜପତି ଆସି ଛେରାପହଁରା ତ 

କରନ୍ତି ତିନି ରଥରେ ।


ଛେରାପହଁରା ତ ଶେଷ ହେଉ ହେଉ 

ଚାରମାଳ ଖୋଲାଯାଏ

ଘୋଡ଼ାମାନେ ସବୁ ଯୋଚା ହୋଇଥାନ୍ତି 

ଦଉଡି ଯେ ବନ୍ଧାଯାଏ ।


ଭକ୍ତମାନେ ସବୁ ଚାହିଁ ବସିଥାନ୍ତି 

ଟାଣିବା ପାଇଁକି ରଥ

ସବୁରି ତୁଣ୍ଡରେ ଉଛୁଳୁ ଥାଏ ଲୋ

ଜୟଜୟ ଜଗନ୍ନାଥ ।


ଭଜନ କୀର୍ତ୍ତନ ଭାବ ଭକ୍ତି ର ଲହରୀ 

ନାଚୁଥାନ୍ତି ଭକ୍ତ କେତେ ନାନା ବେଶ ଧରି

ନୀଳ ଆକାଶ ରୁ

ନୀଳ ଆକାଶ ରୁ

ନୀଳ ଆକାଶ ରୁ ପଡେ ମକରନ୍ଦ ଝରି ।


ଆଗରେ ଯାଆନ୍ତି ତାଳଧ୍ଵଜ ରଥ

ତାପରେ ଦେବଦଳନ 

ଶେଷେ ନନ୍ଦିଘୋଷ ଟଣା ହୁଅନ୍ତି ଲୋ

ବିଜେ ଶ୍ରୀ କଳା ବାମନ ।


ଭକତିରେ ଭକ୍ତ ରଥ ଟାଣିଥାନ୍ତି 

ଡାହୁକ ହଲାଏ ବେତ

କାହାଳୀ ବାଜଇ ରହିରହି କା ଲୋ

ଘଣ୍ଟୁଆ ବଜାନ୍ତି ଘଣ୍ଟ ।


ଦୂରରୁ ଦିଶଇ ମୁଣ୍ଡ ମାଳମାଳ 

ମଝିରେ ଗଡନ୍ତି ରଥ

ଭାବ ସମୁଦ୍ରରେ ଭାସୁଥାଏ ସତେ

ଭାବର ତିନି ବୋଇତ ।


ଶରଧାବାଲି ରେ ଯେବେ ରଥ ପହଞ୍ଚଇ

ଗୁଣ୍ଡିଚା ମନ୍ଦିରେ ଭକ୍ତି ମେଳା ଯେ ବସଇ 

ଆଡ଼ପ ମଣ୍ଡପେ

ଆଡ଼ପ ମଣ୍ଡପେ

ଆଡ଼ପ ମଣ୍ଡପେ ବିଜେ ଜଗତର ସାଇଁ ।


ଜନମ ବେଦିରେ ନବଦିନ ଲୀଳା

କରନ୍ତି ଚତୁର୍ଦ୍ଧା ମୂର୍ତ୍ତି 

ଗୁପତ ରାହାସ କରନ୍ତି କାଳିଆ 

ବଳେଇ ପଡ଼ିଲେ ରାତି ।


ଖାଲି ଖାଲି ତେଣେ ରତ୍ନ ସିଂହାସନ 

ଶ୍ରୀମନ୍ଦିର ଖାଲି ଖାଲି

ମାଆ ଲକ୍ଷ୍ମୀ ବାଟ ଚାହିଁ ବସିଥାନ୍ତି 

ବିରହ ରେ ଜଳିଜଳି ।


ହେରାପଞ୍ଚମୀ ରେ ପ୍ରଭୁଙ୍କୁ ସେ ଖୋଜି

ଆସନ୍ତି ଗୁଣ୍ଡିଚା ଘର

ପ୍ରଭୁଙ୍କର ଦେଖା ନପାଇ ମା ଲକ୍ଷ୍ମୀ 

ରାଗେ ଫେରନ୍ତି ମନ୍ଦିର।


ମାଆଙ୍କ ଆସିବା ଜାଣି ପ୍ରଭୁ ଜଗନ୍ନାଥ

ଫେରିବା ପାଇଁକି ସଜ ହୁଅନ୍ତି ଯେ ସେତ

ଦକ୍ଷିଣ ମୋଡ ଯେ

ଦକ୍ଷିଣ ମୋଡ ଯେ

ଦକ୍ଷିଣ ମୋଡ ଯେ ତହୁଁ ହୋଇଥାନ୍ତି ରଥ ।


ବାହୁଡା଼ ଦଶମୀ ଦିନ ଦିଅଁ ମାନେ

ରଥ ପୁଣି ବିଜେ ହୋଇ

ଦେଉଳେ ଫେରନ୍ତି ବାଟେ ମାଉସୀଙ୍କ 

ପୋଡପିଠା ସେତ ଖାଇ ।




Rate this content
Log in

Similar oriya poem from Abstract