ଦେହ
ଦେହ
ସଂସାରେ ଏ ଦେହ ବୟସ ଅଧିନ
ବୟସ ର ଅନ୍ତେ ଦେହ ହୁଏ ଲୀନ ।
ବାଲ୍ୟକାଳେ ଦେହ ନରମ କୋମଳ
ସୂକ୍ଷ୍ମ ସେ ସମୟ ଦେହେ ଅଳ୍ପ ବଳ ।
ବଢି ବଢି ଯାଏ ସମୟର ଗତି
ଶୈଶବର ଅନ୍ତ ଯଉବନ ପ୍ରାପ୍ତି
ହାଡ଼ମାଂସ ଦେହେ ଅଫୁରନ୍ତ ଶକ୍ତି
ମନ ପ୍ରାଣେ ଖେଳେ ସ୍ୱପ୍ନ ଅସରନ୍ତି ।
ସମୟ ଚକ୍ରରେ ଗଡିଯାଏ ବେଳ
ଉପଗତ ହୁଏ ପୁଣି ବୃଦ୍ଧକାଳ
ଦେହରେ ନଥାଏ ପୂର୍ବର ସାମର୍ଥ୍ୟ
ରୂପ ଢଳିଯାଏ କୋଷ ହୁଏ ସୁପ୍ତ ।
ସମୟ ସରିଲେ ଜୀଵ ସାଜେ ମୃତ
ଦେହ କି ବିନାଶୁ ହୋଇପାରେ ମୁକ୍ତ ?