ଦେବତ୍ୱର ମୃତ୍ୟୁ ମା’-ତୋ ଭସାଣି
ଦେବତ୍ୱର ମୃତ୍ୟୁ ମା’-ତୋ ଭସାଣି
ତୁ ଚାଲି ଯାଉଛୁ ମାଁ,
ତତେ ଧୂପ,ଦୀପ,ନୈବେଦ୍ୟ,
ତା ଠାରୁ ବଡି
ସମର୍ପଣ ଭକ୍ତି ବଳି ଦେଲି
ଏଇ ଦେଖ,
ବୁଲା ଷଣ୍ଡମାନଙ୍କର
ତୋ ଭସାଣିରେ
ଆରମ୍ଭ ହେଲାଣି ଉତ୍ପାତ-------!
ତୁ ପୁଣି ଫେରିବୁ
ଭୁବନ ମୋହିନୀ ରୂପେ
ହେଲେ
ତୋ ଫେରିବା ଯାକେ
କିଏ ? ହେବ ସାହା ଭରସା
ଗର୍ଭସ୍ଥ କନ୍ୟାଭ୍ରୁଣ ସହ କଲେଜ ପଢୁ ଥିବା କନ୍ୟା ,ସ୍ତ୍ରୀମାନଙ୍କର,
ଏଠି କିଏ ବାଦ ପଢୁ ନାହାନ୍ତି ରାକ୍ଷାସତ୍ୱର ଦୌରାତ୍ମ୍ୟରୁ,
ତୋ ଫେରିବା ପର୍ଯ୍ୟନ୍ତ
ଏସିଡ କଣ ଏମିତି ଫିଙ୍ଗୁଥିବେ
ଆମ ମୁହଁରେ
ବୁଲା ଷଣ୍------------------!!
ତୁ ପରା ମାଁ,
ଚୁପ ଚାପ ସହି ଯାଉଥିବୁ,
ତୋ ଭସାଣି
କଣ ପୁଣି
ଦେବତ୍ୱର ମୃତ୍ୟୁ
ରାମ ହୋଇ ଯିଏ ଜାଳି ଥିଲା ରାବଣ
ସେ ତ ଆମ ଗଳି ଶେଷର ଧୋବା
ତା ହେଲେ
ରାମ କେବେ ଫେରିବେନି
ମାଆ ଜଗଦମ୍ବା ----------!!!
©®କାଶ୍ୟପ,
ରାୟଗଡା ।