STORYMIRROR

Pratima Satpathy

Classics

4  

Pratima Satpathy

Classics

ଦେବୀଙ୍କ ଧରାବତରଣ

ଦେବୀଙ୍କ ଧରାବତରଣ

1 min
386

(ରାଗ- ବଙ୍ଗଳା ଶ୍ରୀ)


ଭାଦ୍ରବ ଆଶ୍ୱିନ ଦୁଇ ମାସ ଦେଇ

   ଆସଇ ଋତୁ ଶରତ

ଚତୁର୍ଦ୍ଦିଗ ଦିଶୁଥାଏ ସୁନିର୍ମଳ

    ହସି ଉଠଇ ମରତ ।


ସୁନିଳ ଅମ୍ବରେ ପ୍ରସ୍ଫୁଟିତ ହୁଏ

    କୁମାର ପୂର୍ଣ୍ଣମୀ ଜହ୍ନ

ପୁଷ୍କରିଣୀ ମଧ୍ୟେ ହସେ ନୀଳକଇଁ

    ଆନନ୍ଦେ ହୋଇ ମଗନ ।


ସିଂହ ବାହାନରେ ଆସୁଛନ୍ତି ମାଆ

    ପୁଲକିତ ହୁଏ ମହୀ

ବରଷକେ ଥରେ ଓହ୍ଲାନ୍ତି ମର୍ତ୍ତ୍ୟରେ

    ନବ ଦିନ ପୂଜା ପାଇଁ।


ବୀର କାହାଳୀ ଓ ମନ୍ତ୍ର ଧ୍ଵନି ଶଙ୍ଖ

    ଘଣ୍ଟ ଘଣ୍ଟା ନିନାଦିତ

ସୁସ୍ୱାଦୁ, ସୁଗନ୍ଧ, ଦ୍ରବ୍ୟରେ ମାଆଙ୍କୁ

     କରିବେ ସର୍ବେ ସ୍ବାଗତ।


ଶ୍ରଦ୍ଧା, ଭକ୍ତି ଭାବ ରସରେ ମାଆଙ୍କ

     ଷୋଡ଼ଶପଚାର ପୂଜା

ଗ୍ରାମ ଓ ସହର ଆନନ୍ଦ ମୁଖର

     ଆସୁଛନ୍ତି ଦଶଭୁଜା।


ଶୁଭ୍ର କାଶତଣ୍ଡି ଚାମର ହଲାଇ

    କରିବ ପାଦ ବନ୍ଦନା

ଗଙ୍ଗ ଶିଉଳି, ଓ କମଳ, ମନ୍ଦାର

    ଜାଇ ଜୁଇ ସହ ହେନା।


ଘାସ ଗାଲିଚାରେ ଆକାଶରୁ ବୁନ୍ଦା 

    ବୁନ୍ଦା କାକର ପଡ଼ଇ

ଆସଇ ଶରତ ହୋଇଣ ଉଷତ

    ଶାନ୍ତିର ଧ୍ଵଜା ଉଡାଇ।।


Rate this content
Log in

Similar oriya poem from Classics