Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Samita Swain

Classics Others

4  

Samita Swain

Classics Others

ଦେବୀ

ଦେବୀ

1 min
570



ସରଗୁ ଓହ୍ଲେଇ ଆସିଛନ୍ତି ଦେବୀ

ମର୍ତ୍ତ୍ଯ ମାଟି ମଣ୍ଡପକୁ 

କରୁଣାମୟୀ ସେ ବୈଷ୍ଣବୀ, ବୈଭବୀ

ମାତୃକୃପା ବର୍ଷିବାକୁ ।


ମାଟିରୁ ଆକାଶ ଶାଶ୍ବତର ସ୍ରୋତ

ମାତୃ ଶକ୍ତି ଆବିର୍ଭାବ 

ଶାରଦୀୟ ସୂର୍ଯ୍ୟ ରକ୍ତିମ ଆଭାରେ

ମହାର୍ଘ୍ଯର ଅନୁଭବ ।


ଶରତ ଆକାଶ ସଜେଇ ହୋଇଛି 

ଜହ୍ନ ,ତାରା ରୋଷଣୀରେ

ପୁଣ୍ଯ ଆଶିଷର ପବିତ୍ର ପାର୍ବଣ

ବର୍ଣ୍ଣାଳୀର ଜୋଛନାରେ ।


କାଶତଣ୍ଡୀ ହସ ଶ୍ରଦ୍ଧା ର ଉଚ୍ଛ୍ବାସ 

ମିଠା ମହକର ବାସ

ମେଘ ଉହାଡରେ ଦ୍ବିତୀୟାଜହ୍ନର

ନିର୍ମଳ ସେ ପରିବେଶ ।


ସ୍ବାଗତ କରିବା ବିଶ୍ବ ଜନନୀଙ୍କୁ

ଶୁଭ ଶଙ୍ଖନାଦ କରି

ସମ୍ଭାବନାମୟ ଆତ୍ମୀୟ ଆଶାରେ

ସ୍ବପ୍ନ ପାରିଜାତ ଧରି ।


ଆସ ଆସ ମାଆ ଆସ ଅବତରି

ଘେନ ସର୍ବ ଆବାହନୀ 

ପାପ ନାଶକରି ପାପୀକୁ ବିନାଶି

ଜାଗ୍ରତ ହୁଅ ଭବାନୀ ।


ମହିଷାକୁ ବଧି ଉଶ୍ବାସିବ ଧରା

ପ୍ରକାଶିବ ଦିବ୍ୟ ଛବି

ଦୁର୍ଗତି ନାଶିନୀ ସର୍ବ ଦେବମାତା

ତ୍ରିପୁର ବନ୍ଦିତା ଦେବୀ ।


Rate this content
Log in

Similar oriya poem from Classics