STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

କଢି଼ର ସ୍ବପ୍ନ

କଢି଼ର ସ୍ବପ୍ନ

1 min
199

କଅଁଳ କଢି଼ ମୁଁ ରହିଛି ଚାହିଁ

ନରମ ସୁନ୍ଦର ସୁନେଲି ସକାଳକୁ

ସୂର୍ଯ୍ୟ ଉଇଁଲେ ଫୁଟିବି ମୁହିଁ

ମହକାଇ ସାରା ଦୁନିଆକୁ।


ସୁରଭିରେ ମୋର ମହକି ଉଠିବ

ଏଇ ସଚରାଚର ସଂସାର

ବାସ ମୋର ଚହଟିବ ଚତୁର୍ଦ୍ଦିଗେ

ଅପରୂପ ମାଧୁର୍ଯ୍ୟ ରାଜିବ ରୁଚିର।


ମୋହି ନେବି ସବୁରି ମାନସ

ବିତରି ଆପଣାର ଅମୀୟ ସୁବାସ

ମୋର ଭବ୍ଯ ରୂପକାନ୍ତି ଦରଶନେ

ସଭିଙ୍କ ଅନ୍ତରେ ଭରିଯିବ ଭାବ ହରଷ।


ଜ୍ଞାତ ଅଛି ମୋତେ ଏଇ ଜନମରେ

ମୋର ଅଳପ ଦିନର ଆୟୁଷ

ବୟସ ବିତିଲେ ସବୁ ତ ଅସାର

ସଂସାର ତିମିର ଲାଗିବ ବିଷ।


କ୍ଷୁଦ୍ର ମନେ ମୋର ଦୃଢ ଆଶା ବାନ୍ଧିଛି

ଶୋଭା ପାଇବି ଦିନେ ମୁଁ ଶ୍ରୀରଙ୍ଗାଚରଣେ

ସାର୍ଥକ ହୋଇବ ତେବେ ଜନ୍ମ ମୋହରି

ପରମ ଉଚ୍ଛ୍ଵାସ ଲଭିବି ଟିକି ପରାଣେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract