STORYMIRROR

Debabrata Mishra

Abstract Classics Inspirational

3  

Debabrata Mishra

Abstract Classics Inspirational

ସମୟ ସହ ଆଳାପ

ସମୟ ସହ ଆଳାପ

1 min
190

ସବୁଦିନ ହେଉଥାଏ ଦେଖା ଅଟେ ସେ ଜନମୁ ମରଣ ଯାଏ ସଖା

ମୋ'ସହ କଥା ହୁଏ କେବେକେବେ, ସନ୍ଧ୍ଯା ଅବା ସମୟ ପ୍ରାତଃ ।


ପଚାରେ ସେ କେତେ ମୋତେ ପ୍ରଶ୍ନ, ଉତ୍ତର ପାଇଁ ପ୍ରସ୍ତୁତ ଏ ମନ

ଜୀବନର ମାନେ ବୁଝୁ କ'ଣ? କହେ ମୁଁ, କର୍ମଫଳର ଏକ ସ୍ରୋତ ।


ସମାନ୍ତରାଳେ ଚାଲେ ମୋର ସାଥେ ଅସନ୍ତୁଷ୍ଟ ଉତରରେ ମୋର

ପଚାରେ ସେ ସୁଖ କ'ଣ? ମୁଁ କହେ, ସୁଖ ଯାହା ହୁଏ ଇଚ୍ଛାପ୍ରାପ୍ତ


ପୁଣି କହେ ଲୁହ କାହିଁ ଆସେ? ମୋ' ଉତର ହେଲେ ଆଶା ଅପୂରା

ସତ୍ଯକୁ ସ୍ବୀକାର କରିବା ନୁହଁଇ ସହଜ, ହସଭଳି କାନ୍ଦମଧ୍ୟ ଶକ୍ତ ।


ସରେନାହିଁ ତା'ମନ କଥା ପ୍ରଶ୍ନ କରି ଦେଉଥାଏ କଷଣ ଓ ବ୍ଯଥା

ପଚାରେ ସେ କାହିଁକି ବଞ୍ଚିଛୁ? ମୁଁ କହେ, ତା' ଉପରବାଲାର ହାତ ।


କର୍ତ୍ତବ୍ୟ ର ଅର୍ଥ କ'ଣ ଜାଣୁ? ପ୍ରଶ୍ନ କରଇ ସେ ମୋତେ ଏଣୁତେଣୁ

ନିଜ ଲୋକ ହସୁ ମୋ' କାନ୍ଦ କା'କୁ ନ ଦିଶୁ ଏହା ହିଁ କର୍ତ୍ତବ୍ଯ ତତ୍ତ୍ବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract