ଜଳାଇବା ଆସ ଜୀବନ ପ୍ରଦୀପ
ଜଳାଇବା ଆସ ଜୀବନ ପ୍ରଦୀପ
ତମ ଅନ୍ଧକାର ତ୍ରିତାପୁ ସୁରକ୍ଷ
ଆଶୁତୋଷ ତ୍ରିଲୋଚନ
ହେ ରୁଦ୍ର ମହେଶ ତ୍ରିଲୋକର ନାଥ
ବିଶ୍ୱନାଥ ନୀଳକଣ୍ଠ
ପଶୁପତି ଲୋକନାଥ
ହେ ଚନ୍ଦ୍ରଶେଖର ସୋମନାଥ ଶମ୍ଭୁ
କୃପାମୟ ଭୋଲେନାଥ ।
ତ୍ରିଗୁଣ ସନ୍ତାପ ହର ମହାଦେବ
ତ୍ରିଶୂଳ ପିନାକଧର
ଅସ୍ତ୍ର ପାଶୁପତ ପରଶୁ ହସ୍ତରେ
ଅବତର ମହେଶ୍ୱର
ପାପତାପ ଦୁଃଖ ହର
ପରମ କାରଣ ଉଦ୍ଧର ଜୀବନ
ସଦାଶିବ ଗଙ୍ଗାଧର ।
ଜଳାଇବା ଆସ ଜୀବନ ପ୍ରଦୀପ
ସୁଧାମୟ ଜ୍ଞାନ ଭକ୍ତି
ଶ୍ରୀପଦ ପଙ୍କଜେ ଖୋଜିବା ଆଶ୍ରୟ
ପ୍ରଶାନ୍ତି ଗତି ମୁକତି
ଈଶ୍ୱର ମଙ୍ଗଳମୟ
ହୁଅନ୍ତୁ ସଦୟ କୃପା ପାରାବାର
ବିଶ୍ୱ ହେଉ ମଧୁମୟ ।
