STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ଆଉ କେତେ ଦିନ

ଆଉ କେତେ ଦିନ

1 min
137

ଆଉ କେତେ ଦିନ ଏମିତି ଆମେ ହାତ ବାନ୍ଧି ବସିଥିବା

ଗୁଳିଗୋଳା କମାଣର ଜବାବ କୂଟନୀତିରେ ଦେଉଥିବା

ଶାନ୍ତି - ମୈତ୍ରୀ - ପ୍ରୀତିର ସୁମଧୁର ସଙ୍ଗୀତ ଗାଉଥିବା

ଅଖଣ୍ଡତା ସାର୍ବଭୌମତ୍ବ ପ୍ରତି ଆହ୍ବାନ ସୃଷ୍ଟି ହେଉଥିବ

ନଗର ପଲ୍ଲୀରେ ଶୋଣିତର ଅବାରିତ ବନ୍ୟା ଛୁଟୁଥିବ

ବାରମ୍ବାର ଆମ୍ଭର ଅସ୍ତିତ୍ବ ଅସ୍ମିତା ଗାରିମା ବିପନ୍ନ ହେଉଥିବ

ଅକାଳରେ ବୀର ପୁଙ୍ଗଵଗଣ ଆତ୍ମାହୁତି ଦେଉଥିବେ

ବିଶ୍ବ ସମୁଦାୟ ସମବେଦନା ସହ ଉପହାସ କରୁଥିବେ।

ଆଉ କେତେ ଦିନ ଏମିତି ଚିରାଚରିତ ଢଙ୍ଗରେ ଚାଲିଥିବା?

ସଞ୍ଜମତା ଓ ଆତ୍ମରକ୍ଷାର ଗୁରୁମନ୍ତ୍ର ସଦାସର୍ବଦା ରଟୁଥିବା

ସମୁଚିତ ଶିକ୍ଷା ଦେବାକୁ ତୁଛା ଗର୍ଜନ ତର୍ଜନ ଯାହା କରୁଥିବା

ହୋଇଯାଉ ଥରେ ମାତ୍ର ଆର ପାରର ନିର୍ଣ୍ଣାୟକ ଲଢ଼େଇ

ପ୍ରଛନ୍ନ ଗରିଲା ଯୁଦ୍ଧରୁ ଚିରଦିନ ପାଇଁ ମିଳିଯାଉ ମୁକ୍ତି

ବିଶ୍ବ ମାନଚିତ୍ରରୁ ଯାଉ ଲିଭି କୁଚକ୍ରୀ କପଟାଚାରୀ ପ୍ରତିବେଶୀ

ଧ୍ବଂସ ହେଉ ବୈଶ୍ବିକ ଆତଙ୍କବାଦର ଆଦ୍ୟ ଏନ୍ତୁଡ଼ି ଶାଳ

ସମଗ୍ର ବିଶ୍ୱରେ ବିରାଜମାନ କରୁ ନିରବଛିନ୍ନ ଅଖଣ୍ଡ ପ୍ରଶାନ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract