STORYMIRROR

Sambit Srikumar

Abstract Classics Inspirational

4.0  

Sambit Srikumar

Abstract Classics Inspirational

ବିପ୍ଳବ କରିବ କିଏ

ବିପ୍ଳବ କରିବ କିଏ

1 min
162



ଆସନ୍ନ ବେକାରୀର ପଦଧ୍ବନି

ସର୍ବତ୍ର ଦୁର୍ନୀତି ପ୍ରିୟାପ୍ରୀତିର ବନାଗ୍ନି

ପ୍ରଚଳିତ ପଦ୍ଧତି ପ୍ରଥାର ନିଷ୍କ୍ରିୟତା

ଶାସନ କଳର ସ୍ଥାଣୁତା

ପ୍ରେରିତ କରୁଛି କରିବା ପାଇଁ ବିପ୍ଳବ

ଏକ ଯୁଗାନ୍ତକାରୀ ବିପ୍ଳବ।

ଶରତ ବସନ୍ତର ବର୍ଣ୍ଣନା ଆଉ

ଲାଗୁନି ମନକୁ ସୁଖପ୍ରଦ

ଶ୍ରାବଣ ଫଗୁଣରେ ମନ ହେଉନି ମଦମତ୍ତ

ପ୍ରକୃତିର ନୈସର୍ଗିକ ସୁଷମା ଲାଗୁଛି

ନିର୍ଜୀବ ପ୍ଲାଷ୍ଟିକ ଫୁଲଗଛ ପରି

ଚିହ୍ନାଜଣା ମୁହଁ ଗୁଡ଼ିକ

ଲାଗନ୍ତି ଅଚି଼ହ୍ନା ଅଜଣା

ଅତି ଆପଣାର ମଣିଷ ଗୁଡ଼ାକ

ଆସନ୍ତା କାଲିକୁ ବଦଳିଯା'ନ୍ତି

ହୋଇଯାଆନ୍ତି ସାତ ପର

ନ୍ଯସ୍ତ ସ୍ବାର୍ଥ ପୂର୍ତ୍ତି ପାଇଁ।

ଜୀବନର ଏଇ କଣ୍ଟକାକୀର୍ଣ୍ଣ

ଚଲାପଥରେ ପାଦେ ପାଦେ

ଅବିଶ୍ଵାସର ଜ୍ବଳନ

ସନ୍ଦେହ ଆଉ ପ୍ରତାରଣାର ପୀଡ଼ନ

ପ୍ରେରିତ କରୁଛି କ

ରିବା ପାଇଁ ବିପ୍ଳବ

ଏକ ଯୁଗାନ୍ତକାରୀ ବିପ୍ଳବ।

କଥାରେ କଥାରେ ବିପ୍ଳବର ଚର୍ଚ୍ଚା

ହେଲେ ଏ ବିପ୍ଳବ କରିବ କିଏ?

କିଏ କଣ?

ଯୁବ ସମାଜ!

ଶୁଣିଲେ ହସ ଲାଗେ ଏଇ ଉତ୍ତର

କେଉଁ ଯୁବସମାଜ କରିବ ବିପ୍ଳବ?

ମେଞ୍ଚାଏ ଆଶାୟୀଙ୍କ ମଧ୍ୟରୁ

କେଞ୍ଚାଏ ସିନେମା ଟିକଟ

ପାଇବା ପାଇଁ ଦୌଡ଼ରେ

ସାମିଲ୍ ସ୍ବାର୍ଥନ୍ବେଷୀ

ପରଶ୍ରୀକାତର ଯୁବସମାଜ

ନା ମାଦକ ଦ୍ରବ୍ଯର ମନ୍ଥର ବିଷରେ

ସୁପ୍ତ ଯୁବସମାଜ

ନା ନୀଳଛବିର ନୀଳ ଦୁନିଆରେ

ବିଭୋର ଯୁବ ସମାଜ?

ବିପ୍ଳବ ପାଇଁ ଲୋଡ଼ା ନାହିଁ

ଓଜସ୍ବିନୀ ଭାଷଣ ରକ୍ତର ହୋଲି

ବିଭିଷିକାର ରଙ୍ଗୋଲି

କି ଭୟଙ୍କର ମାରଣାସ୍ତ୍ର

ବିପ୍ଳବ ପାଇଁ ଲୋଡ଼ା

ଦୃଢ଼ ମନୋବଳ ସ୍ବାର୍ଥ ତ୍ଯାଗ ଆଉ

ଅଦମ୍ୟ ସାହାସ

ଏସବୁ କଣ ଅଛି

ଆଜିର ଯୁବ ସମାଜ ପାଖରେ ।


Rate this content
Log in

Similar oriya poem from Abstract