STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ଓଡ଼ିଆ

ଓଡ଼ିଆ

1 min
139


ଲଢ଼ରେ ଓଡ଼ିଆ ଲଢ଼

ଭେଦଭାବ ସବୁ ଛାଡ଼

ତନ୍ଦ୍ରାଳସକୁ ଦୂରେ ତଡ଼

ଅଣ୍ଟାକୁ ସଳଖି ଭିଡ଼

ବାହାରକୁ ଗୋଡ଼ କାଢ଼

ଆଗକୁ ଆଗକୁ ବଢ଼

ଦୂୂୂର ଗଗନରେ ଉଡ଼

ନୂଆ କୀର୍ତ୍ତିରାଜି ଗଢ଼

ନିଜ ହକ୍ ଲାଗି ଲଢ଼଼

ଲଢ଼ରେ ଓଡ଼ିଆ ଲଢ଼

ଲଢ଼ରେ ଓଡ଼ିଆ ଲଢ଼

ଲଢିବା ତୋହର କର୍ମ

ଲଢିବା ତୋହର ଧର୍ମ

ଲଢ଼ିବାରେ ତୋର ଗର୍ବ

ଲଢ଼ିବାରେ ତୋର ଗୌରବ

ଲଢିବାରେ ତୋର ଚୌବର୍ଗ

ଲଢିବା ତୋର ପୁରୁଷାର୍ଥ

ଲଢିବା ତୋର ବିଧି ନିର୍ଦ୍ଧିଷ୍ଟ

ତୁହି ତ ନିମିତ୍ତ ମାତ୍ର

ଲଢ଼ରେ ଓଡ଼ିଆ ଲଢ଼

ନାର୍ଯ୍ୟ ଅଧିକାର ସହିତ

ସଗୌରବେ ମଥା ଟେକି

ବଞ୍ଚିବା ପାଇଁକି ଏଠି

ତୋତେ ଲଢ଼ିବାକୁ ହେବ

ନିଷ୍ଠୁର ନିୟତି ସାଥିରେ

ବାରମ୍ବାର ପ୍ରତିଶୋଧ ଭାବନାରେ

ଜର୍ଜରିତା ବିକ୍ଷୁବ୍ଧା ପ୍ରକୃତି ସାଥିରେ

ଅବିଶ୍ଵାସୀ ପ୍ରତିବେଶୀ ସାଥିରେ

ବରାବର ଅବହେଳା ବୈମାତୃକ

ମନୋଭାବ ପୋଷଣ କରୁଥିବା

କେନ୍ଦ୍ରୀୟ ନେତୃତ୍ୱ ସାଥିରେ

ସଂଘୀୟ ବ୍ୟବସ୍ଥା ସାଥିରେ

ସର୍ବୋପରି ତୋହରି

ବିଡ଼ମ୍ବିତ ଭାଗ୍ୟ ସାଥିରେ

ବିଶ୍ଵ ଇତିହାସ ଅଛି ମୂକସାକ୍ଷୀ

ଲଢ଼ିବା ଭୁଲିଛି ଯେଉଁ ଜାତି

ହୋଇଯାଇଛି ବିଲୁପ୍ତ ଧରାରେ

ନାହିଁ ତାହାର ନାମ ଚିହ୍ନ ବର୍ଣ୍ଣ

ମାନଚିତ୍ରରେ ଭୂଗୋଳ ପୋଥିରେ

ଯେଉଁ ଜାତିଧରିଛି ଅସ୍ତ୍ର ଶସ୍ତ୍ର 

ଧରିତ୍ରୀ ହୋଇଛି ତା'ର ବଶ

ବୀର ଭୋଗ୍ୟା ବସୁନ୍ଧରା ନ୍ୟାୟରେ

ଲଢ଼ି ଲଢ଼ି ବୀରଗତି ପ୍ରାପ୍ତ

ହେବାର ଗୌରବ

ନାହିଁ ଚିରକାଳ ଅମେରୁଦଣ୍ଡୀ

ସମ ଅମର ରହିବାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract