STORYMIRROR

Arjuni charan Behera

Classics Others

3  

Arjuni charan Behera

Classics Others

ଆସିଅଛି ଶିବରାତ୍ରୀ

ଆସିଅଛି ଶିବରାତ୍ରୀ

1 min
129


 ଆସିଅଛି ଶିବରାତ୍ରୀ ପୂଜିବି ଶଙ୍କର l

ଜାଗର ଜାଳି ହୋଇବି ନିଶି ଉଜାଗର ll

ଦେଖିବି ସେ ସତ୍ୟ,ଶିବ,ସୁନ୍ଦର ରୂପକୁ l

ଜାଗର ପ୍ରଦୀପେ ନାଶି ପାପ କଳ୍ମଷକୁ ll

କି ଦେଇ ପୂଜିବି ପ୍ରଭୁ ସବୁ ତୁମ୍ଭ ଦାନ l

ଦେବି,ଦେଉଛି ବୋଲଇ ବହି ଅଭିମାନ ll

ଜଡ ଜଗତରେ ସତ୍ୟ ତୁମ୍ଭେ ଚିଦାନନ୍ଦ l

ପଞ୍ଚାନନ ଧ୍ୟାୟେ ତୁମ୍ଭ ଶ୍ରୀ ପଦାରବିନ୍ଦ ll

ତମ ମୟ ଅଟେ ମୋର ସମସ୍ତ ଜୀବନ l

ଦୀପଂଦେହି ପରଂବ୍ରହ୍ମେ ପ୍ରାର୍ଥନା ଦହନ ll

ଦୁଦୁରା,ଅରଖ,ଚମ୍ପା,ମଲ୍ଲିକା,କେତକୀ l

ଅର୍ପଣକରେ ମୋ ମାତ୍ର ସମ୍ବଳ ଏତିକି ll

ଘୃତ,ଶର୍କରା,କଦଳୀ,ଛେନା,କଞ୍ଚାକ୍ଷୀର l

ଭୋଗ ତୋର ପଞ୍ଚ ଅମୃତର ସମାହାର ll

ଜାହ୍ନବୀର ଜଳେ କରେ ତୁମ୍ଭ ଅଭିଷେକ l

ପ୍ରଣମାମୀ ମହାଦେବ ଦେବାଧିନାୟକ ll

ଜୟ ପ୍ରଭୁ ଆଶୁତୋଷ ଜୟ ତ୍ରିନୟନ l

ତ୍ରି ତାପ ନାଶନ ପ୍ରଭୁ ତ୍ରୀଶୁଳ ଧାରଣ ll

ଭୀମ ମରୁ ଗିରି ସମ ଦୁଃସହ ଜୀବନ l

ଆତଙ୍କନାଶନ ଆତଙ୍କିତ ମୋର ପ୍ରାଣ ll

ସମସ୍ତ ଜୀବନ କର ମୋର ଶିବରାତ୍ରୀ l

ମଙ୍ଗଳ ମୟ ଶଙ୍କରେ ଏତିକି ମିନତୀ ll

ଶୁଦ୍ଧ ଭକ୍ତି ଚିତ୍ତେ ଦିଅ ପ୍ରଭୁ ଦୟାମୟ l

ହୃଦହେଉ ମୋର ନୀଳକଣ୍ଠ ଶିଵାଳୟ ll

      ଓଁ ନମଃ ଶିବାୟଃ 


Rate this content
Log in

Similar oriya poem from Classics