ନାରୀତ୍ବ
ନାରୀତ୍ବ
ନାରୀଟିଏ ହୋଇ ଜନ୍ମିବା କଣ ନୁହଁଇ ଯଥେଷ୍ଟ
କାହିଁ ପାଇଁ ଲୋଡ଼ା ପୁଣି ତା'ର ନାରୀତ୍ବ ପୂର୍ଣ୍ଣତ୍ବ ।
ସଣ୍ଠଣା ଶୃଙ୍ଖଳାର ଗହଣାଗାଣ୍ଠିରେ ଚିରକାଳ ପଡିଛି ବନ୍ଧା
ତା'ର ଜୀବନ ଯାକର ତମାମ ସ୍ବାଧୀନତା ସ୍ୱାୟତ୍ତତା ।
ମାତୃତ୍ୱ ଲାଭର ଗୌରବ ଲୋଭନୀୟ ତ ନିଶ୍ଚିତ
ସଂସାରର ସବୁ ବୋଝ ବୋହିବା ତା' ପାଇଁ ଅନିବାର୍ଯ୍ୟ ।
ଆଉ କେତେ ଦିନ ଏମିତି ଚିରାଚରିତ ଭେଳିକିରେ
ନାରୀଟିକୁ ଭଣ୍ଡେଇ ଚାଲିଥିବ ଏ ସଭ୍ୟ ଶିକ୍ଷିତ ସମାଜ ।
ଲକ୍ଷ୍ମଣରେଖାର ଦେହଳୀରେ ହେଉଥିବ ତା'ର ଶୋଷଣ
ଚୁପ୍ ଚାପ୍ ସହିଯାଉଥିବ ସେ ସବୁ କିଛି ନିର୍ବିରୋଧରେ ।
ବାରେ ତ ତାକୁ ଦେଖିବାକୁ ଦିଅ ସ୍ବପ୍ନ ଅସୁମାରି
ଉଡ଼ିବାକୁ ଦିଅ ଦୂର ସୁଉଚ୍ଚ ଗଗନରେ ମନ ଭରି ।
ଭାଷଣରେ ନୁହେଁ ବାସ୍ତବ ଜୀବନରେ ସହୃଦୟତାରେ
ଦେଖିବ ଧରା ପାଲଟିବ ଅମରାବତୀ ସଠିକ୍ ଅର୍ଥରେ ।