STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ଦେବ ଦୀପାବଳି

ଦେବ ଦୀପାବଳି

1 min
10


ଦୀପାଳି ପକ୍ଷାନ୍ତେ ଦେବ ଦୀପାବଳି

କାର୍ତ୍ତିକ ପୂର୍ଣ୍ଣମୀ ଦିନ

ପାଳିତ ହୁଅଇ ଶୁଭ ମହୋତ୍ସବ 

ହରଷିତ ହୁଏ ମନ ।

ଦେବ ଦେବ ପ୍ରଭୁ ମହାଦେବ ଶିବ

ଜଗତ କଲ୍ୟାଣ ପାଇଁ

ତ୍ରିପୁରାସୁରକୁ କରିଥିଲେ ବଧ

ସ୍ମୃତି କଥା ଅଛି ରହି ।

ସର୍ବ ଦେବାଦେବୀ କାଶୀ ଗଙ୍ଗାଘାଟେ

ପବିତ୍ର ସ୍ନାହାନ ସାରି

ପୂଜି ଥିଲେ ଶିବ ଜୟ ନାଦ ଘୋଷି

ଦୀପ ପ୍ରଜ୍ବଳନ କରି ।

ବିଜୟ ପ୍ରତୀକ ଅଟେ ଏହି ପର୍ବ

ପୂର୍ଣ୍ଣିମା ତ୍ରିପୁରୋତ୍ସବ

କରାଯାଏ ସ୍ନାନ ପବିତ୍ର ନଦୀରେ

ପାପତାପ ହୁଏ କ୍ଷୟ ।

ପ୍ରଭୁ ଆଶୁତୋଷ ତ୍ରିପୁରାନ୍ତକାରୀ

ମଙ୍ଗଳମୟ ଈଶ୍ୱର 

ପଦ୍ମପାଦେ ପ୍ରଭୁ କୋଟି ପ୍ରଣିପାତ 

ବାରମ୍ବାର ନମସ୍କାର ।

ପ୍ରଜ୍ଜ୍ବଳୁ ପ୍ରଦୀପ ହୃଦ ସହସ୍ରାରେ

କୃପାକର କୃପାନିଧି

ଦିଅ ଶୁଭାଶିଷ ଅଭୟ ଆଶ୍ରୟ

ଦିଅ ଜ୍ଞାନ ଶୁଭ ବୁଦ୍ଧି ।

    


Rate this content
Log in

Similar oriya poem from Inspirational