ଡଙ୍ଗା
ଡଙ୍ଗା
ରିମ ଝିମ ବରଷାରେ ଭିଜି ଭିଜି
ଭସାଇଚି କେତେ କାଗଜର ଡଙ୍ଗା |
ପିଲାବେଳ ସାଙ୍ଗସାଥିମେଳ
ମନେପଡିବହେ ଆନନ୍ଦର ଗଙ୍ଗା ||୧||
ସମୟର ସ୍ରୋତ ମତେ ନେଲା ବହି
କରିନେଲା ମତ୍ତାଣିଆ |
ଡଙ୍ଗାଟି ତ ଆଜି ସାଥିଏକା ମୋର
ଆଉ ମୁହି ତା’ର ନାଉରିଆ ||୨||
ଏ କୁଳରୁ ସେ କୁଳକୁ
କରାଏ ଲୋକଙ୍କୁ ପାରି |
ନଦୀର ସେ ଦୁଇକୁଳ
ଜୀବନର ସୁଖଦୁଃଖ ପରି ||୩||
ପ୍ରଭୁଙ୍କୁ ପାର କରାଇ
ଗଙ୍ଗାନଦୀ ତଟ |
ସପ୍ତପୁରୁଷ ଉଦ୍ଧାରିଲା
ଧନ୍ୟ ସେ କେଉଟ ||୪||
ଜୀବନର ଡଙ୍ଗା ପହଞ୍ଚି
ଆରପାରି ମୋଡେ |
ସେଇ ଡଙ୍ଗା ମୋହ ତା’କୁ
ଛାଡିବାକୁ ପଡେ ||୪||
ଅହର୍ନିଶ କରାଏ ମୁଁ ପାରି
ସେଇ ଯାତ୍ରୀମାନଙ୍କୁ |
ପାରି କରାଇ ଦିଅ ହେ ପ୍ରଭୁ
ମୋ ଜୀବନ ଡଙ୍ଗାକୁ ||୫||
ସୁଖର ଦୁଃଖର ସାଥି
ଏହି ମୋ ତରଣୀ |
ପ୍ରଭୁ ନାମ କରାଇବ ପାରି
ଭବ ବୈତରଣୀ ||୬||
