STORYMIRROR

Dr Baman Chandra Dixit

Abstract

4  

Dr Baman Chandra Dixit

Abstract

ଢଗରୁ ଗୀତ(୩)

ଢଗରୁ ଗୀତ(୩)

1 min
4

ଝିପିଝିପି ମେଘ ବାଟୋଇକୁ ଶତ୍ରୁ

ଗଛକୁ ନିର୍ମୂଳୀ ଲତା

ଗାଇବା କହିବା ବେଳର ବଇରୀ

ଟୁପୁର ଟାପୁର କଥା।।


ଟିପି ଟିପି ଟିପ ଚାଲୁଥା ବାଇନ

ଖସରା ଜୀବନ ପଥ

ମୋଡ଼ ପାଖେ ଗୋଡ଼ ଖସିଗଲେ ଆଗ

ହସିବେ ଆପଣା ଲୋକ।।


ଠରା ଠାର ଠରା ମା'କୁ ପଚାର

ମେଘୁକୁ ଯେସନେ ଛତା

ଯୋଡ଼ ଦେଖି ଯୋଡ଼ି ଖଞ୍ଜିଦିଏ ବିହି

ବାଡ଼ କୁ ଯେମିତି ବତା।।


ଡାଳେ ଡାଳେ ତୁ, ପତ୍ରେ ପତ୍ରେ ମୁଁ

ଏହି ନିତୀ ଧରିଥିଲେ

ପ୍ରତାରଣା ପ୍ରବଞ୍ଚନା ପରାଜୟ

ଭୟରୁ ମୁକତି ମିଳେ।।


ଢୋକେ ପିଇ ଦଣ୍ଡେ ଜୀଉଜୀଉ ଧନ

ସରିବାକୁ ହେଲା ଦିନ

ଏତେ ସପନ କୁ ରାତି କାହିଁ ବୋଲି

ହେତୁ ରଖିଥା ବାଇନ।।



Rate this content
Log in

Similar oriya poem from Abstract