ଦାୟିତ୍ୱବୋଧ
ଦାୟିତ୍ୱବୋଧ


ଜୀବନ ଯାତ୍ରାରେ ବୟ ପ୍ରାପ୍ତି ର
ସୀମା ରେଖା କୁ
ଡ଼ାହାଣ ପାଦ ଓ ହାତ ଛୁଇଁ ଦେଲା ପରେ
ଅପଲକ ନୟନ ରେ ଦୃଷ୍ଟି ଗୋଚର ହୁଏ ଏକଇ ଶବ୍ଦ
ଯାର ନାଆଁ ଦାୟିତ୍ବ l
ସେଇଥିରେ କଣ ଥାଏ କେଜାଣି
ଖାଲି ତୁହାକୁ ତୁହାଚେତେଇ ଦେଇ କହୁ ଥାଏ
ପାରିବୁ ତ?
ସକାଳୁ ବେଳ ବୁଡି ଯିବା ଯାକେ
ପାରିଲା ପଣ ର ସ୍ପଷ୍ଟ ଇଙ୍ଗିତ
ପେଷାଦାର ନିଶା ଦାର ର କର୍ମ ତତ୍ତ୍ୱ l
କେବେ କେବେ ମୂଲ୍ୟାୟନ କରେ
ବ୍ୟକ୍ତିତ୍-, ପିତୃତ୍ୱଓ ଶାସନ ତନ୍ତ୍ର
ଆଉ ଅସଫଳ ହେଲେ
ମିଳେ ଲାଂଛିତ ଅଶ୍ରୁପାତ
ହୀନ ମାନ୍ୟତା ର କ୍ରମାନୁକ୍ରମିକଚିତ୍ର
ପରିବାର ରେ ସମାଜ ରେ ପ୍ରକୃତି ରେ ହେଃ ପ୍ରତୀତ
ଦୋହଲି ଦେଇ ଭିତ୍ତିଭୂମି ର ସ୍ଥାୟୀତ୍ୱ l