STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଦାରୁଣ ଶ୍ରାବଣ

ଦାରୁଣ ଶ୍ରାବଣ

1 min
314

କବିତା - ଦାରୁଣ ଶ୍ରାବଣ
ରଚନା - ପଞ୍ଚାନନ ଜେନା
ତାରିଖ -୩୧-୦୩-୨୦୨୫
-

ସକାଳୁ ସକାଳୁ ପାଇଲି ତୁମ ଶୁଭେଛା 
ମୋବାଇଲ୍ ଖୋଲୁ ଖୋଲୁ ଶବ୍ଦ ସଦିଚ୍ଛା
ବହୁତ ବର୍ଷ ପରେ
ଝାପସା ଝାପସା ଲାଗୁଛି
ବାଣୀବିହାର ପରିସର ଛାଡିଲା ପରେ
ସୁଦୀର୍ଘ ତିରିଶ ବସନ୍ତ ବିତେଇବା ପରେ

ବହୁତ ଖୁସି ଲାଗିଲା 
ଯେମିତି ଡେଣା ଲାଗିଗଲା ମନଇଛା
ତୁମ କଥା ଭାବୁ ଭାବୁ 
ପହଞ୍ଚିଗଲି ଧରି କୌଶୁର ବେଳର
ମୁଠା ମୁଠା ମହକିତ ମନୋବାଞ୍ଛା
ସେହି କେଳି କଦମ୍ବ ମୂଳରେ 
ସ୍ମୃତି ସନ୍ତକ ଧରି ଗୁଚ୍ଛା ଗୁଚ୍ଛା

ତୁମେ ପଚାରିଛ କଅଁଳେଇ
କେମିତି ଅଛ ?
ଅତି ସରଧାରେ ବାଗେଇ
କାନ ମୂଳ ଫୁଲି ଉଠୁଥାଏ 
ପ୍ରୀତି ଯାଉଥାଏ ଲହରେଇ
ତୁମ ହସ ହସ ମୁହଁ ମେଖଳାରେ
ସ୍ନେହ ମହ୍ଲାର ଉକୁଟି ଥାଏ ଗହରେଇ

ମନେ ମନେ ଭାବୁଥିଲି 
ଲେଖି ଦେବି ଭଲରେ ଅଛି
ଖୁସିରେ ଅଛି ସୁବିଧାରେ ଅଛି
ସେହି ଚିରାଚରିତ ଢଙ୍ଗରେ
ଦେହସୁଆ ବାଗରେ
ଯେମିତି ସମସ୍ତେ ସମ୍ବୋଧନେ ସମ୍ଭାଷଣେ
କହନ୍ତି ମୁରୁକେଇ ଦାନ୍ତ ଦେଖେଇ

ମାତ୍ର ମ୍ୟାସେଜ୍ ଟାଇପ୍ କରୁ କରୁ
ଆଖି କୋଣରୁ ଝରି ପଡିଲା 
ଆପେ ଆପେ ବରଷି ଗଲା
କେଇ ଟୋପା ଦାରୁଣ ଶ୍ରାବଣ
କହିବାକୁ ଲେଖିବାକୁ ସତଟା
ଇଙ୍ଗିତ କରୁଥିଲା 
ତୁମ ବିନା ଏଠାରେ ପ୍ରତିଦିନ
ଆସେନା ଚୋରା ଫଗୁଣ

ଆଗରୁ ଭେଟ ହେଇଥିଲା ନିତି
ଭାବନାରେ ନିରୋଳା ସଂଜବେଳେ
କଳ୍ପନାରେ ସମୟର ଏକାନ୍ତ କୋଳେ
ଆଜିକାଲି ଫେରାର୍ 
ଜୀବନ ଜଞ୍ଜାଳ ଯୁଇରେ
ବ୍ୟସ୍ତ ବିବ୍ରତ ହୋଇ ମୁଁହ ଫେରେଇ ନେଇଛି କାଳେ

ବୋଧେ ପକେଇ ଦେଇଛି ରାଣ ନିୟମ
ଏକା ଏକା ସହିଯିବ ଜନ୍ତୁରାଣ
ବିରହର ଦାରୁଣ ହଳାହଳ
ତତଲା ଛୟାଲିସ୍ ପାରଦ ଉପରେ
ଯେମିତି ଟାଣ ଝାଞ୍ଜି ପବନରେ 
ଆଉଟୁ ପାଉଟୁ ପଶୁ ପକ୍ଷୀ ତୃରୁ ତୃଣ


Rate this content
Log in

Similar oriya poem from Tragedy