STORYMIRROR

Samar Ballav Bhoi

Abstract Tragedy Inspirational

4  

Samar Ballav Bhoi

Abstract Tragedy Inspirational

ଦାରୁଣ ନିଦାଘ ସମୟ

ଦାରୁଣ ନିଦାଘ ସମୟ

1 min
157


ନିଦାଘ ସମୟ ଅଟେ ଯେ ଦାରୁଣ

ସାରା ଜୀବଜଗତଙ୍କ ପାଇଁ

ଦିନ ସାରା ଏଠି ତତଲା ବାଲି ପରି

ରାସ୍ତା ଘାଟ ସବୁ ଫୁଟୁଥାଇ।


ଘନ ଜଙ୍ଗଲେ ଲାଗଇ ଯେ ଅଗ୍ନି

ପଶୁପକ୍ଷୀ ସବୁ ଜନବସତିରେ ବୁଲଇ

ପରିଣତି ଆଜି ଗମ୍ଭୀର ହୋଇଛି

ସମୟ ଆସଇ କାଳ ହୋଇ l


ପରିବେଶ ଆଜି ବଦଳି ଯାଇଛି

ଜଙ୍ଗଲ ସୁରକ୍ଷା କଥା ନାହିଁ

ବଢଇ ଉତ୍ତାପ ହୁଏ ଲଘୁ ଚାପ 

ଝଡ଼ ତୋଫାନତ ମୁହାଁ ମୁହିଁ।


ଅମାନିଆ ଏଠି ସବୁ ଋତୁଙ୍କର 

ସମୟେ ମିଳେ ନାହିଁ ଫଳ

ଜୀବନ ଜୀବିକା ସବୁ ଅନାଦର

ଏଠି ନାହିଁ କିଛି ଥଳ କୁଳ।


ନିଦାଘ ସମୟ ଦିଏ ଯେ ଯନ୍ତ୍ରଣା

ଦେଖା ହୁଏନି ବୁଦ୍ଧି ବାଟ

ନଈ ନାଳ ପୋଖରୀ ସବୁ ଶୁଖିଲା ଦିଶଇ

ଚାଷ କ୍ଷେତେ ଦିଶେ ଫାଟ l


ଗରମ ପବନ ବହେ ଘନ ଘନ

ନିରୁପାୟ ସେତ ଜୀବଙ୍କ ଜୀବନ 

ନିଜ ହାତେ ମଣିଷ ପ୍ରକୃତିକୁ କରି ନଷ୍ଟ

ଆନନ୍ଦ ଲଭଇ ବୁଝେନି କାହାର ମନ।


ମଟର ଯାନର କଳା କଳା ଧୂଆଁ 

ବିଷାକ୍ତ କରଇ ବାୟୁମଣ୍ଡଳ

ବନ ନାଶନ ଯୋଗୁଁ ବଢଇ ଅଙ୍ଗାରକାମ୍ଳ

ସେଥିପାଇଁ ଓଜୋନ ସ୍ତର ଖସି ଆସେ 

ତଳକୁ ତଳ।


ଦାରୁଣ ନିଦାଘ ବଢାଏ ରୋଗ ବୈରାଗ

ପ୍ରାଚୁର୍ଯ୍ୟ ବିଳାସ ହୁଏନା ସହଜ 

ଅଂଶୁଘାତ ବଢେ ବଢିଲେ ଉତ୍ତାପ

ଅସ୍ତବ୍ୟସ୍ତ ହୁଏ ମଣିଷ ସମାଜ।



Rate this content
Log in

Similar oriya poem from Abstract