STORYMIRROR

subrat kumar jena

Tragedy

4  

subrat kumar jena

Tragedy

ଦାଦନ

ଦାଦନ

1 min
245

କେତେ ସହଜରେ ମିଳିଗଲା ନାଁଟିଏ ,

ଦାଦନ.........!

ଅଦିନରେ ବି ଅନେକ ଆଙ୍ଗୁଳି ଉଠିଲା,

ଅନେକ ପ୍ରଶ୍ନବାଚୀ ଛିଡା ହେଲା ,

ଦାଦାନର ସ୍ଥିତି ଉପରେ,

ହେଲେ କିଏ ବୁଝିଲା ଦାଦନକୁ ଥରେ !

ଅନେକ ଥର ମୁଁ ପ୍ରଶ୍ନ କରିଛି,

ନିଜକୁ ନିଜେ !

ପ୍ରତିଥର ସେଇ ଗୋଟିଏ ଉତ୍ତର,

ସେଇ ଗୋଟିଏ ଆଶ୍ୱାସନା ,

ସବୁକିଛି ଠିକ ଠାକ ଚାଲିଛି,

ସ୍ଥିତି ସୁଧୁରିଯିବ ,

ଖାଲି ଟିକେ ଧୈର୍ଯ୍ୟକୁ ଅଧିକ କରିବା ଦରକାର ।

ହେଲେ ମୁଁ କଣ ଜାଣିଥିଲି,

ଏଇ ସାମାନ୍ୟ କଥାକୁ !

ଭୋକର ଭୂଗୋଳରେ ମୁଁ ଜଣେ,

ପଥହରା ଭାସ୍କୋଡାଗାମା ,

ଯିଏ ଅହରହ ଖୋଜି ଚାଲିଛି ,

ଦାରିଦ୍ର୍ୟର ଶେଷ ସୀମାକୁ,

ଯେମିତି ଗୋଟେ ବିରାଟ ଭୂଖଣ୍ଡ ଆବିଷ୍କାର କରିବି ବୋଲି ।

ଦାରିଦ୍ର୍ୟ ର ଦାଉ ଦାଉ ନିଆଁ ଉହ୍ମେଇଁରେ,

ପ୍ରତୀକ୍ଷଣ ଜଳି ଜଳି କୁହୁଳୁଥିବା ମୁଁ ଦାଦନ,

ଦି ଗୁଣ୍ଡା ଭାତ ଆଉ ଟୋପେ ଡାଲି ଲାଗି,

ଅହରହ ସଂଘର୍ଷ ଚାଲିଛି,

କଳକରଖାନାର ଘର୍ଘର ଶବ୍ଦରେ,

ଆଉ କେଉଁଠି କେମିକାଲର ବିଷକୁ ଶୋଷି ଶୋଷି,

ଯେମିତି କାରଖାନାର ଚେମିଣି ପରି ,

ଆଜି ଓଡ଼ିଶାରେ ତ କାଲି ବାଙ୍ଗାଲୋରରେ,

ପୁଣି ବମ୍ବେ କିଏ ପୁଣି ମାଡ୍ରାସ, କେରଳର ପ୍ଲାଇ କାରଖାନାରେ ।

ବିପଦ ଟଳିନି କି ମହାମାରୀ ଯାଇନି,

ଦାଦାନର ଭାଗ୍ୟ କିନ୍ତୁ ବାର ଦୁଆରେ,

ଭାଗ୍ୟ ଲୁଚକାଳି ଖେଳେ ବାଦଲ ଭରା ଆକାଶରେ ସୂର୍ଯ୍ୟ ସହ,

ସମୟ ଲାଗେନି ତଡ଼ିଦେବାକୁ ଭାଗ୍ୟକୁ ବାରଦୁଆରୁ,

ହେଲେ ପେଟ ପୋଡିଗଲେ,

ପୁଣି ଫେରିବାକୁ ପଡେ ଦୂର କର୍ମଭୂମିକୁ,

ନିଜ ଜନ୍ମଭୂମିକୁ ପିଠିକରି ,

ଦୁଃଖର ଗୀତ ତୁଣ୍ଡରେ ଗାଇ ଗାଇ ,

ଶେଷ ଆଶାରେ କେବେ ସବୁକିଛି ମିଳିବ ହାତ ପାହାନ୍ତାରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy