STORYMIRROR

Dr Rashmita Panigrahi

Tragedy

3  

Dr Rashmita Panigrahi

Tragedy

ଦାଦନ

ଦାଦନ

1 min
204

ସେଦିନ ମାଆବାପାଙ୍କ 

କଥା ମାନି ବିଦ୍ୟାଳୟକୁ 

ଗଲୁନି, କିମ୍ବା ଦୁଇ ଅକ୍ଷର 

ପାଠ ପଢ଼ିଲୁନି ବୋଲି 

ଆଜି ତୁ ଦାଦନ, 

ହାତରେ କଲମ ଧରି 

ଦୁଇ ଧାଡି ଲେଖିବା 

ଶିଖିଥିଲେ, ହୁଏତ 

ତୋ ଭାଗ୍ୟର ରେଖା 

ନିଜେ ଆଙ୍କି ପlରନ୍ତୁ, 

   ହେଲେ ନା !

   ତୁ ଆଉ କିଛି ଜାଣୁନl, 

   କିଛି ବୁଝୁନା  

   ଦାଦନ ଖଟିଲେ ଖାଇବୁ, 

   ପାରିଶ୍ରମିକ ମିଳୁ କି ନ ମିଳୁ 

   ଦଣ୍ଡର ଭୟରେ 

   ଦିବାନିଶି ଖଟିଚାଲିବୁ, 

ଶୋଷରେ ଗଳା ଶୁଖିଗଲେ ବି 

ପାଣି ଟୋପାଏ ନ ମାଗି 

ଝାଳ ବୁହାଇବୁ, 

ମନେ ମନେ ନିଜକୁ 

ଆଉ ନିଜ ଭାଗ୍ୟକୁ 

ଖାଲି ନିନ୍ଦୁଥିବୁ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy