STORYMIRROR

Rashmibala Satapathy

Tragedy

4  

Rashmibala Satapathy

Tragedy

ଦାଦନ

ଦାଦନ

1 min
193



ଦାଦନ ଭାଇ ମୋ ଦାଦନ ଭାଇ,

ସହେ ସଲାମ ମୋର ତୁମକୁ ଭାଇ।।

କଷ୍ଟର ଗାଲିଚାରେ ତୁମ ଜୀବନ,

ଦେଖି ସହୁ ନାହିଁ ଏ ମୋର ମନ।।

ଧିକ୍କାର ଲାଗୁଛି ନିଜକୁ ଆଜି,

ସାହାଯ୍ୟ କରିପାରୁନାହିଁ ତୁମକୁ କିଛି।।

ଦାରିଦ୍ର୍ୟ ଶିକୁଳି ପାଦେ ବାନ୍ଧିଛ,

କର୍ତ୍ତବ୍ୟ ବୋଝ ମଥାରେ ବୋହିଛ।।

ଓଡ଼ିଶାବାସୀଙ୍କ ଦୁଃଖ ଦୁର୍ଦ୍ଦଶା,

ଜଗତର ନାଥ ଏକା ଭରସା।।

 ଆଖିର ଲୁହ ଓଠରେ ଚାପି,

ଚାଲିଛି ଭାଇ ମୋ ନ ଭାବି କିଛି।।

ପାଦରେ ନାହିଁ ତା'ର ଚପଲ,

ମଥାରେ ନାହିଁ ତା'ର ଛତା।

ପେଟରେ ପଡିନି ଦାନା କେତେ ଦିନୁ,

ଭୋକରେ ଘୂରୁଛି ମଥା।।

ଛୋଟ ଛୋଟ ପିଲାଙ୍କର ଆକୁଳ କ୍ରନ୍ଦନ,

କିଭଳି ସହୁଛ ହେ‌ କାଳୀୟଦଳନ।।

ଓଡ଼ିଶା ଗୈାରବ କାହାକୁ ଅଜଣା,

କୃପା ବାରି ଢାଳିବାକୁ କାହିଁ କର ଉଣା।।

ଗୁହାରି କରୁଛି ପ୍ରଭୁ ତୁମ୍ଭ ଶ୍ରୀ ପୟରେ,

ଦୁଃଖୀ ଦୁଃଖ ହର ପ୍ରଭୁ ଦେଇ କରୁଣାରେ।।


Rate this content
Log in

Similar oriya poem from Tragedy