STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ(ଧର୍ମୀୟ-9)

ଚଉପଦୀ(ଧର୍ମୀୟ-9)

1 min
238


ରାଗ - ପୂରବୀ

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ଅରଜି ଥିବାର ପ୍ରୀତି, ବରଜି ଦିଅନ୍ତି ମନୁ

କେହି ରୂପେ ପରୁଷ ପୁରୁଷ ଜାତି (ପଦ)

ମନୁ ସରିଯିବା ଯାଏ ଚାଟୁବାଣୀ ଭି ଦୂତିପାଣି ଧରି,

ତନୁ ସରିଯାଏ ଭଜିବା ଆଶାରେ ଅନୁସରି ଅନୁସରି (1)

ମୁରଲୀ ବଜାଇ ନିତି ନିତି ଯାଇ ସଉଧକୁ ଲାଗି ଲାଗି,

ବେଶ ହୋଇ ନଟ ନଦୀତଟବଟବନବାଟ ଜଗି ଜଗି (2)

ଚାଲିଯିବା ମାର୍ଗ ଚରଣଲାଞ୍ଛନ ବାଲି ଗଉରବେ ତୋଳି,

ଦେଇ ଶତକୁମ୍ଭ ପୁଲ୍ଲକାବଲମ୍ବ ହୋଇଶିରେ ବୋଳି ବୋଳି (3)

ତୋତେ ତ ଗୋଚର ପେଶି ଶିଶୁଚର ଯେତେରୂପେ ମନଧରା,

କରେଦେଇ ମଞ୍ଜୁ କୁସୁମପୁଞ୍ଜରେ ସଜାଡି ସଜାଡି ଝରା (4)

ପରସନ ହେବା ନୋହିବା ସନ୍ଦେହୁଁ ପରଶନ ଦେଖି ଦେଖି,

ଅମ୍ଳାନ କେତକୀପ୍ରସୂନ ଦଳରେ ପ୍ରେମଲେଖ ଲେଖି ଲେଖି(5)

ଦେବୀବାଣୀ ଶୁଣି କହିଲେ ମିତଣୀ ଅଷ୍ଟଦୁର୍ଗନାଥ ବୋଲେ,

ହେଲେ ହେଲେ ବାମ ଶ୍ରମ ଲଭି ପ୍ରେମ ଉଚିତ ସେ ଶ୍ୟାମ ତୁଲେ (6)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics