STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ(ଧର୍ମୀୟ-44)

ଚଉପଦୀ(ଧର୍ମୀୟ-44)

1 min
190


କହି ନାହିଁ କି ରେ ପହିଲୁ ତୋତେ ମୋ ଚାଲି,

ମହୀମହିଳା ପରି ମୋ ଦୋଷ ପ୍ରାଣସହି ସହିନେବୁ ବୋଲି

ନବ ଛଇଳା ରେ ନାହିଁ କି ତୋ ଦିବ୍ୟ ଅବଧାନେ ତହୁଁ ଲବ,

ପରିରମ୍ଭକାଳେ ଜଣାଇଥିଲି ଯା ଧରି ତୋ ପାଣିପଲ୍ଲବ

ଛୁଆଇଁ ନ ଦେଇ ଯେ ଚାରୁ ଚିବୁକ ନୁଆଁଇ ବସିଛୁ ମଥା,

କି ବନଜନେତ୍ରା ନ ଜାଣୁ ଏ ତ ମୋ ଜୀବନ ଘେନିବା କଥା

ଚୁମ୍ବାଇ ମୋତେ ତୋ ଶ୍ରୀମୁଖ ମୋ ମୁଖ ଚୁମ୍ବୁ ପରା ଅନୁରାଗେ,

ଅନା ଥରେ ଏବେ ସଡିଗଲିନିଟି ଅନାଥ ପରି ତୋ ଆଗେ

ବିଧୁବଦନାରେ ଏତିକି ମୋ ଦୋଷ ନିଧୁବନେ ବାରମ୍ବାର,

ବସନ ନ ରଖି ପ୍ରତି ଅଙ୍ଗ ଚୁମ୍ବି ଦଶନଅଙ୍କ ଦେବାର

ମୋଷ ହୋଇଯାଏ ଚେତନାର ବନ୍ଧୁ ତୋ ସଙ୍ଗମେ ମାର ମୋଦେ,

ସାରସରସାର ଘେନ ତ ମୁଁ ଜଗି ପାରଇ କି ପ୍ରତି ପଦେ

ସାଧାରଣେତର ଶ୍ୟାମଚନ୍ଦ୍ର ଗିର ରାଧା ପିଅନ୍ତେ ଶ୍ରବଣେ,

ଅଷ୍ଟଭୂତି ପରି ଆଲିଙ୍ଗନ କଲେ ଅଷ୍ଟଦୁର୍ଗନାଥ ଭଣେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics