ଚଉପଦୀ (63)
ଚଉପଦୀ (63)
ଚଉପଦୀ
(63)
ରାଗ କୋଳାହଳ
ଜୀବବାନ୍ଧବୀ ରେ ପ୍ରାଣ ବାନ୍ଧବୀ ରେ
ତୋ ବିନା ମୋତେ ନଦିଶେ ଆନ (ଘୋଷା)
ଜଗତେ ନାଗରୀ ମାନଙ୍କ ମାଧୁରୀ କରୁଥାଏ ମୁଁ ଯେ ଅନୁମାନ,
ଗୋଟିଏ ଗୁଣରେ ତୋ ନଖ କୋଣରେ ତୁଳିବାକୁ ନ ବଳଇ ମନ (1)
ପୂର୍ବ ତପବଳେ କରିବ ଯେ ବଳେତୋ ମଧୁର ରଦଚ୍ଛଦ ପାନ,
ସୁଧାନିର୍ଝରୀକି ମଧୁରକରିକି ଲେଖିବ ନଧରି ଅଭିମାନ (2)
ତରୁଣୀ ତୋ ବାଣୀ ମୃଦୁ ମୃଦୁ ଠାଣି ଶୁଣିଥିବ ପୁଣି ଯାହାକାନ
ସେକି ଗଉରବ ଯୋଗ୍ୟ ବିଚାରିବ ଶୁକପିକ ବେଣୁବୀଣା ଗାନ (3)
ଥରେ ଯାହା ଉର କରିଥିବ ତୋର ଘନପୀନସ୍ତନ ଆଲିଙ୍ଗନ,
କୁମ୍ଭି କୁମ୍ଭସ୍ଥଳ ଯୁଗଳକୁ ସ୍ଥୂଳ ମଣିବ କି ନବିଚାରି ନ୍ୟୂନ (4)
ମଧ୍ୟ ଥଛିଲେ ସିନା ତୋର ସୁଦର୍ଶନୀ ଘଟନା କରନ୍ତି ଉପମାନ,
ହଗିକଟି ଡାକି ବେଦୀ ମଧ୍ୟରେ କି କୃତାର୍ଥ କରନ୍ତେ ରୂପମାନ (5)
ହେଳେ ଯେ ମନ୍ଦରସ୍ତନା ତୋ ସୁନ୍ଦର ଚାଲିରେ କରିବ ଦୃଷ୍ଟିଦାନ,
ଯେବେ ଥିବଲାଜ ରୁଚିବ କି ରାଜହଂସ ଗଜରାଜ ଲୀଳାଯାନ (6)
ଜଣାଇବି କିସ ଶେଷମୁଖେ ଶେଷ ହେବାର ଆୟାସ ଯେ ବିଧାନ,
କହେ ଜଳନ୍ତର ମହୀପୁରନ୍ଦର ଥିବମାତ୍ର କିଛି ଅବଧାନ (7)
କବିସୂର୍ଯ୍ୟ ବଳଦେବ ରଥ
