Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Romance

4  

Prafulla Chandra Mishra

Romance

ଚଉପଦୀ -୧୧ ( ପ୍ରୀତିର ଡୋର)

ଚଉପଦୀ -୧୧ ( ପ୍ରୀତିର ଡୋର)

1 min
267



କେଳି କଳା କୁଶଳା ଚଞ୍ଚଳା ଚଟୁଳ ଚାଲିରେ ତୋର

ରାଜହଂସୀ ଗମନୀ ହଂସିନୀ ଗମନେ ଫୁଟଇ ଫୁଲ

ନୀଳ କଇଁ ନୟନୀ କାମିନୀ ଦାମିନୀ କେଡେ ସୁନ୍ଦର

କୁଞ୍ଜେ ରଞ୍ଜେ କଦମ୍ବ ବନାନୀ ଶ୍ରାବଣୀ କଦମ୍ବ ଫୁଲ ।।


ମୁନି ମନ ହାରିଣୀ ଅପ୍‌ସରୀ ସୁନ୍ଦରୀ ପ୍ରେମ ନଉକା

ପ୍ରଣୟ ନୀର ନିଧି ତାରଣେ ସୁଦକ୍ଷ ପରି ଚାରିକା

ପ୍ରୀତି କରୁଣା ବାରି ଦେ ଢାଳି ଛଇଳୀ କାମଦେବର

ଫୁଲ ଶର ଅନଳ ଜ୍ଵଳନ ବିକଳ ହେଉ ଲୋ ଦୂର ।।


ପ୍ରୀତି କୁଞ୍ଜରେ ସଖୀ ଚଞ୍ଚଳ ମୃଗାକ୍ଷୀ ଚନ୍ଦ୍ର ବଦନା

ଦୁଧ ଅଳତା ମିଶା ରଙ୍ଗିଣୀ ମାନିନୀ ବର ବରନା

କୃଷୋଦରୀ ରୁଚିର ସିଂହ କଟି ତୋର କି ମନୋହର

ଚୋରାଇ ନିଏ ମନ ତୁକି ଇନ୍ଦ୍ରଜାଲ ପ୍ରୀତିର ଡୋର ।।


ତୋ ଆଭା କ୍ଷଣପ୍ରଭା ଦିଶେ ମନଲୋଭା ରତି ଶେଖରୀ

ରତି ନିପୁଣା ଧନୀ ପିନ ଉରଜାରେ ନବ କିଶୋରୀ

ପ୍ରଫୁଲ୍ଲ ଫୁଲ ଶର ମାରଇ କନ୍ଦର୍ପ କିଆଁ ଉଛୁର

କରୁଛୁ ଦିଅ ଧରା ରେ ପ୍ରେମ କୁଶଳା କର ଉଦ୍ଧାର ।।


Rate this content
Log in

Similar oriya poem from Romance