STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ୧0

ଚଉପଦୀ ୧0

1 min
362


ରାଗ- ତୋଡି- ଝୁଲା

ଆରେ ବିଧୁବଦନା,

ଘେନିଲୁ ତ ନାହିଁ ମୋ ନିବେଦନା,(0)

ମହାବ୍ରତ ପୁଞ୍ଜ ପାଳିକାଶିରେ, ଦେଇଥିଲୁ ଜବା କାଳିକାଶିରେ

ପିଠି କରିବାକୁ କି ମୋ ଆଡକୁ, ସମର୍ପି ଦେଇ କାମ ଚିଆଡକୁ (1)

ମାଳିଯାକ ବହୁଥାନ୍ତି ଉଦକ, ଜାଳି ଜାଗର କରି ଅଭିଷେକ,

କାଳଟି ଯାକ ସେବି ଶଙ୍କରଙ୍କୁ, ଚୁମ୍ବ ଗୋଟିକୁ ଯେ ବଳିଲି ରଙ୍କୁ (2)

ଘନକରି ପ୍ରିୟସଖିଙ୍କି ଭିଡୁ, ସ୍ତନ କଳସ କଠିନତା ତାଡୁ

ନାହିଁକିଛି ସୁଖ ମୋ ଦେହେ ବୋଲି, କାହିକି ଦେଉ ମୋ ପାଣିକି ପେଲି (3)

ଜଳ – ବନପ୍ରିୟ- କୂଜିତ ବାଣୀ, ଖଳବଚନ ସତପରି ମଣି,

ସ୍ମର ଜ୍ୱରଜାତ ଯାତନା ସହି, କରଜମୂନେ ଚିରାଉଛୁ ମହୀ (4)

ପୁରତେ କହୁଥାଏ ଏଣୁ ତୋର, ସୁରତେ ନ  ବିବେକ ମୋର,

ଅଧରେ ବୁଡିଲେ ମୋ ଦନ୍ତ ଶେଷ, ନ ଧରିବୁ ବୋଲି ଚିତ୍ତେ ମୋ ଦୋଷ (5)

ବସୁଦୁର୍ଗ- ସ୍ୱର୍ଗ - ଶକ୍ର ବିନୟେ, ବସୁମତୀ - ଭୂଷା ତୁଷ୍ଟ ହୃଦୟେ,

ଶରୀର ତ ଏ ତୁମ୍ଭର ବୋଇଲା, ପରିରମ୍ଭ କରି ନୂଆ ଛଇଳା (6)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics