Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Romance

3  

Prafulla Chandra Mishra

Romance

ଚଉପଦୀ (୧)

ଚଉପଦୀ (୧)

1 min
139


        

ଗୁମାନ ତେଜ ସଜନୀରେ,

ମାନ ଭାଙ୍ଗ ଅଭିମାନିନୀ;

ତୋ ପାଦ ପାଉଁଜି ଝୁଣ୍ଟିଆ ଅଳତା

ରଙ୍ଗେ ମାରଶର ଆଉ ମାରନି; ଗୁମାନ ତେଜ...।।

     ୨

କୃଶୋଦରୀ ସିଂହ କଟିରେ ମେଖଳା,

ଝିଲିମିଲି ପାଟ ଦିଶଇ ତୋରା;

ଉରଜ ପଙ୍କଜ ନବୀନ କଳିକା

ଫୁଲଶର ଛଟପଟ କଲାଣି, ଗୁମାନ ତେଜ...।।

      ୩

ବଧୂ ବେଶେ ମଧୁ ଝରା କୋଟି ଇନ୍ଦୁ,

କପୋଳେ ଝଟକେ ସିନ୍ଦୂର ବିନ୍ଦୁ;

ଗୋଲାପୀ ଅଧର ଚିବୁକ ସୁନ୍ଦର

ଚୁମ୍ଵନ ପିଆସି ମୀନ ନୟନୀ, ଗୁମାନ ତେଜ...।।

      ୪

ନକର ବିମନା ଗୋ ନୀଳ ନୟନା

ଆଉତୁ ନକର ସହୀ ଛଳନା

ପିଆସି ଭ୍ରମର ସେତ ମଧୂ ଚୋର

ଫୁଲ ଶର ଆସି ମାରି ଦେଲାଣି, ଗୁମାନ ତେଜ...।।



Rate this content
Log in

Similar oriya poem from Romance