STORYMIRROR

Dharmaraj Majhi

Abstract

2  

Dharmaraj Majhi

Abstract

ଚୁଡ଼ି

ଚୁଡ଼ି

1 min
436

କୁଆଁ କୁଆଁ ରାବରେ  

ଝିଅର ଆଗମନରେ 

ଅବଶିଷ୍ଟ ଆୟୁଷକୁ ଆୟତ୍ତ କରି

କିଣିଥିବା କଳା ମଚମଚ ଚୁଡିରେ 

କେତେ ନା କେତେ ସମର୍ପଣ ,

ଦୂରୀଭୁତ କରିବାକୁ ଅନିଷ୍ଟ ,

ଜେଜେମା ନିତି କରୁଥାଏ ସ୍ପର୍ଶ

ଶୁଭ ମନାସି କରିବାକୁ ନଷ୍ଟ 

ଅଦୃଶ୍ୟ ସେ ରିଷ୍ଟ୍


ଚୁଡିର ବଳୟର

ଆବୋରି ଯାଉ ସବୁ କୁଦୃଷ୍ଟି,

ଲୀନ ହେଉ ଆଖେଇ ଥିବା ସେ ଦୁଷ୍ଟ ନଜର ବୋଲି

ଜେଜେ ବି ରୂପା ଚୁଡ଼ିରେ 

ଭରି ଦେଲେ ଆଶିଷ !!


ବାବାଙ୍କ ପରୀ ବୋଲି

ଦୋକାନର ସବୁ ଚୁଡ଼ି ନିଜର

ଚୁଡ଼ିରେ ଥାଏ ବୋଲି ଅହିସୁଲକ୍ଷଣିର ବର,

ଅଜଣା ପୁରୁଷରେ ଦିଶେ ନିଜ ଚରିତ୍ର

 ଦି' ପଟ ଶଙ୍ଖାରେ ହିଁ ଭରିଦିଏ ବାପ 

ତା ସର୍ବସ୍ୱ,

ସମସ୍ତ ଶୁଭାଶିଷ !!


ବାର ମାସରେ ତେର ପର୍ବ ମାଆର

ଖାଲି ଶଙ୍ଖା ଝିଅର ହେଉ ବଜ୍ର ,

ଇଚ୍ଛା ଜୀବନସାରା ନାଲି ଚୁଡ଼ି ଝଲସୁ ହାତରେ

ନାଲି ଚୁଡ଼ି ତ ଆୟୁଷ ,

ରୁଣୁଝୁଣୁ କଣ୍ କଣ୍ ଶବ୍ଦରେ ସବୁ ହୁଏ ଜୀବନ୍ତ

ନାନା ରଙ୍ଗରେ ରୋମାଞ୍ଚିତ

ସୁଖ ଦୁଃଖର ସାଥି ହୁଏ ଚୁଡ଼ି ହାତର !!


ସ୍ବାମୀ ଆଣିଥିବା ସୁନା ଚୁଡ଼ିରେ ତ

ଖାଲି ପ୍ରେମ ଆଉ ପ୍ରଣୟ

ସାଗରେ ଢେଉ ଆହ୍ଲାଦିତ ,

ଚୁଡ଼ି ହିଁ ତ ସର୍ବସ୍ୱ 

ଚୁଡ଼ିରେ ହିଁ ଲୀନ ହୁଏ ନାରୀ

ରଙ୍ଗୀନ୍ ଚୁଡ଼ି ମାନେ ସୁଖ ଆଉ ସୁଖ !!


ଚୁଡ଼ିରେ ଥିଲେ 

ମଥାରେ ସିନ୍ଦୂର

ଆଖିରେ କାଜଲ

ପାଦରେ ଅଳତା

କାନରେ ଝୁମୁକା

ନାକରେ ନଥା

ଷୋହଳ ସିଂଗାର

ନାରୀ ସମ୍ପୂର୍ଣା

ନାରୀ ସଧବା  

ଚୁଡ଼ିରେ ହିଁ ଥାଏ ନିଃଶ୍ୱାସ

ଚୁଡ଼ି ଭାଙ୍ଗିଲେ  

ନାରୀଟା ମରିଯାଏ ହୁଏ ନିଃସ୍ଵ !!


ଚୁଡ଼ି ହିଁ ସ୍ଥିର କରେ ଶାଡ଼ିର ରଙ୍ଗ

ଚୁଡ଼ି ହିଁ ମୂଲ୍ୟହୀନ କରେ

ବାପାର ଆଶିଷ

ମାଆର ବିଶ୍ୱାସ

ସ୍ବାମୀଙ୍କ ନିଃଶ୍ୱାସ

ଚୁଡ଼ି ହି ଓତାରି ଦିଏ ସାତ ରଙ୍ଗ ଦେହରୁ 

ପିନ୍ଧେଇ ଦିଏ ଧଳା ରଙ୍ଗର ଶାଢ଼ୀ

କରିଦିଏ ବିଧବା ,

ଚୁଡ଼ି ନାହିଁ ତ ସବୁ ଅନ୍ଧାର

ଚୁଡ଼ି ହିଁ କରିଦିଏ ଜୀବନ ଅଧା !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract