ଚରିତ୍ର
ଚରିତ୍ର
ଚରିତ୍ର ଅଟଇ ଶ୍ରେଷ୍ଠ ଇଚ୍ଛାଶକ୍ତି
ମାନବୀୟ ନିଦର୍ଶନ
ପ୍ରକାଶେ ମାନବ ଅର୍ନ୍ତଭାବ ରାଜି
ସୁଗୁଣ ଅବା ଦୁର୍ଗୁଣ ।
ହଜିଗଲେ ଧନ କ୍ଷତି ନୁହେଁ କିଛି
ହୁଅଇ ପୁଣି ହାସଲ
ସ୍ୱ।ସ୍ଥ୍ୟହାନୀ ହେଲେ ହୁଏ ମନସ୍ତାପ
କୁଚରିତ୍ରେ ନଷ୍ଟ ସର୍ବ ।
କ୍ଷୁଦ୍ର ଏକ ଛିଦ୍ର ମଧ୍ୟେ କରି ଗତି
ରଶ୍ମି ହୁଅଇ ନିର୍ଗତ
ଅନ୍ଧକାର ଗୃହ ସୁଡ଼ଙ୍ଗ ଭୂତଳ
ଆଲୋକିତ ପ୍ରତିଭାତ ।
ପ୍ରିୟ ପରିଜନ ସଖାବନ୍ଧୁ ମେଳ
ଆମ ବ୍ୟବହାର ଦୃଷ୍ଟି
ଅପର ଜନଙ୍କୁ ଭାବ ବିନିମୟେ
ଜାଣି ତ ହୁଏ ପ୍ରକୃତି ।
ଆଦର ସୋହାଗ ଭକତି ସମ୍ମାନ
ଲଘୁ ଗୁରୁ ସଦ୍ଭାବନା
ଉଦ୍ଭାସେ ଉଲ୍ଲାସ ମିଳେ ପ୍ରୀତିଫଳ
ବହୁଗୁଣ ସୁଖ ସୀମା ।
ଖରଚ ହୁଏନା ଗୋଟିଏ ପଇସା
ସଚ୍ଚରିତ୍ର ହେବା ପାଇଁ
ସଂସ୍କାର ସମ୍ପନ୍ନ ହୁଅଇ ମଣିଷ
ସୁଆଗ୍ରହ ଯତ୍ନ ଦେଇ ।
ସୁଅଭ୍ୟାସ ବଳେ ସାଧୁତା ସୁଗୁଣ
ଉତ୍ତମ ବିଚାରବୋଧ
କାୟମନୋବାକ୍ୟେ ହେଲେ ଏକନିଷ୍ଠ
ଉତ୍ତମ ତା ହୁଏ ପ୍ରାପ୍ତ ।
ବିବେକ ଓ ବୁଦ୍ଧି ସଂଯମ ଶୃଙ୍ଖଳା
ଚରିତ୍ର ଗଠନ ଭିତ୍ତି
ଯତନେ ଆଦରେ ଛାତ୍ର ବାଲ୍ୟକାଳୁ
ଲଭେ ସିଦ୍ଧି ଉଚ୍ଚ ଗତି ।
ସମାଜେ ପ୍ରତିଷ୍ଠା ସୁଖ୍ୟାତି ଅର୍ଜଇ
ସାଧୁ ସଚ୍ଚରିତ୍ର ଜନ
ଉପଦେଶ ସତ ଘେନ ଛାତ୍ରଗଣ
ଅରଜ ସୁପାତ୍ର ଗୁଣ ।
------------