ଚଣ୍ଡୀ ପାଠ
ଚଣ୍ଡୀ ପାଠ
ଥିଲେ ରାଜା ନାମ ସୁରଥ
ବିଯ୍ୟ ବିକ୍ରମ ବଳ
ଧର୍ମ ବ୍ରତ ପ୍ରଜା ବତ୍ସଳ
ଗଜପତି ଚହଳ।
ବିଶ୍ୱାସ ଘାତକ ଅମାତ୍ୟ
କୁଟ କପଟ କରି
ରାଜ ଗାଦି ଦେଲେ ଛଡ଼ାଇ
ରାଜାସେ ବନଚାରି।
ବନସ୍ତରେ ରହି ମିଳନ୍ତି
ବନ୍ଧୁ ସମାଧି ନାମ,
ପଚାରିଲେ ରାଜା କିମ୍ପାଇଁ
ଏହି ବନସ୍ତ ଧାମ।
ସମାଧୀ କହିଲେ ରାଜନ
ଶୁଣ ଜୀବନ ଗାଥା,
ବଶ୍ୟ ପରିବାର ଜନମ
ଶୁଣି ଘୁରିବ ମଥା।
ମୋର ଭାର୍ଯ୍ୟା ପୁତ୍ର ମାନଙ୍କ
ତାଡନାକୁ ନ ସହି,
ଏକୁଟିଆ ଏହି ଜଙ୍ଗଲ
ଭୂମି ଆଦରି ରହି।
ଭାର୍ଜ୍ୟା ପୁତ୍ର ଏବେ କିଦଶା
ମନ ବ୍ୟାକୁଳ ହୁଏ ,
ପାଉନାହିଁ ତାଙ୍କ ଖବର
କିସ ଚଳନ୍ତି ସିଏ।
ରାଜା ପଚାରିଲେ ସମାଧୀ
ପରିବାରତ ଶତୃ
ତାଙ୍କ ପାଇଁ କିସ ବ୍ୟାକୁଳ
ଅଟ ବତାଅ ବଂଧୁ।
ଜାଣି ନାହିଁ କିସ କାରଣ
କିନ୍ତୁ ବୁଝୁନି ମନ,
ଆଡମ୍ବରେ ରହି ଭରିଯା
ପୁତ୍ର ଝିଙ୍କିଲେ ଧନ।
ମୋ ଉପରେ କ୍ରୋଧ ପ୍ରକାଶ
କରି ମାରିଲେ ମତେ,
ତାଙ୍କ ଅତ୍ୟାଚାର ନସହି
ବନେ ବିହରେ ସତେ।
କିଛି ଦୂରେ ମୁନି ଆଶ୍ରମ ଦେଖି
ସେଠାକୁ ଯାଇ,
ମେଧା ଋଷି ବସି ତପସ୍ୟା
କରୁଥାନ୍ତି ସେ ଥାଇ।
ମୁନିଙ୍କୁ ନିଜର ଘଟଣା
ଦୁହେଁ ଦିଅନ୍ତି କହି,
ରାଜାଙ୍କ ଆମାତ୍ୟ ତାଡନା
ପାଇଁ ବନରେ ରହି।
ଯାହାଙ୍କ ପାଇଁ ସେ ତାଡ଼ିତ
ତାଙ୍କ ପାଇଁ ଦରଦ
କି କାରଣେ ମନ ବ୍ୟାକୁଳ
ଜାଣି ବାକୁ ପରତ।
ମୁନି ଶୁଣି ଏହି ଦୃଦଶା
କହିଥିଲେ ରାଜନ,
ମାୟା ଏହି ଅଟେ ସଂସାର
ମହାମାୟା ଭାଜନ।
ମହାମାୟାଙ୍କର ମୋହକୁ
ବୁଝି ପାରେନି ନର,
ତାଡନା ପାଇବି ଦୁହିଙ୍କ
ମନ ଘର ସଂସାର।
ପ୍ରାଣୀଙ୍କ ଭିତରେ ଚେତନା
ମୋହ ଗୋଡ଼ାଇ ଧରେ
ଯେତେ କଷ୍ଟ ଦେଲେ କୁଟୁମ୍ବ
ସେମାନଙ୍କୁବି ବରେ।
ପ୍ରତିକାର କରି ସୁଖରେ
ପରିବାର ସହିତ,
ରହି ପାରିବ ହେ ରାଜନ
ରାଜଗାଦି ପ୍ରାପତ।
ଦୁହେଁ ମୁନିଙ୍କର ବଚନ ଶୁଣି
ହେଲେ ଚକିତ,
ବତାନ୍ତୁ ଏହାର ଉପାୟ
ପାଲିବୁହିଁ ତ୍ୱରିତ।
ମୁନି କହିଥିଲେ ରାଜନ
ପୁଣି ଶୁଣ ସମାଧୀ,
ମହାମାୟା ଦେବୀ ଶ୍ଚଣ୍ଡିକା
ପୂଜା ଅର୍ଚ୍ଚନା ବିଧି।
ଦୁଇଜଣ ମୁନି ବଚନ ଶୁଣି
ନଦୀ ତୀରକୁ ଯାଇ,
ବାଲୁକାରେ ମାତା ଦୃଗାଙ୍କ
ମୃତି ସ୍ଥାପନା ପାଇଁ।
ଚଣ୍ଡୀ ପାଠ କରି ପାଇଲେ
ନିଜ କୁଟୁମ୍ବ ରାଜ୍ୟ,
ମହାସୁଖେ ବଞ୍ଚି ରହିଲେ
ଫଳ ଲଭିଲେ କାର୍ଯ୍ୟ।
