ଚନ୍ଦ୍ରାୟନ ବିକ୍ରମ
ଚନ୍ଦ୍ରାୟନ ବିକ୍ରମ
ଜହ୍ନ !
ମୁଁ ତୁମର ଶ୍ରେଷ୍ଠ ପ୍ରେମିକ ବିକ୍ରମ କହୁଛି
ତୁମକୁ ଛୁଇଁବାର ଅଭିଳାଷା ନେଇ
ମୁଁ ଅନେକ ଉପଲବ୍ଧି ସାଉଁଟି ରଖିଛି ।
ହାରିବାର ଅସଫଳତା ରେ କେବେ
ଦୂରେଇ ଯାଇନଥିଲି ତୁମଠୁ
ତୁମକୁ ପାଇବାର ଜିଦ୍ଦି ଟିଏ ବଢ଼ି ଯାଇଥିଲା
ମୋ ଭିତରେ
ତୁମରୀ ପ୍ରେମିକ ଥିଲି ନା ।
ଆଧ୍ୟାତ୍ମିକ ଶବ୍ଦ ଟେ ଶୁଣିଥିଲି ଦିନେ
ଯଦି ତୁମେ ଆତ୍ମାରୁ କାହାକୁ ଖୋଜିବ
ଅନ୍ତରୀକ୍ଷ ବି ସୁଯୋଗ ଟିଏ ଦେଇଦିଏ
ମୋ ଧର୍ମ ପଥରେ ସତ୍ୟ ଟିଏ ଥିଲା
ମୋ ଆତ୍ମାରୁ ଖୋଜୁଥିଲି ତୁମକୁ।
ତୁମ କୁ ପାଇବା ଆଶାରେ
ତୁମ ପାଖକୁ ଥିରି ଥିରି ହୋଇ ଚାଲିଥିଲି
ଅସରନ୍ତି ରାସ୍ତା ଥିଲା
କେତେ ଆଶାର ପ୍ରଜ୍ବଳିତ ଦୀପ ତଳେ
ଆକାଂକ୍ଷା ର ରଶ୍ମି ଟେ
ବୁଦ୍ ବୁଦ୍ ହୋଇ ଜଳୁଥିଲା ।
ତୁମକୁ ଛୁଇଁବା ପୂର୍ବରୁ ସେଇ ଉଣେଇଶ ମିନିଟ୍
ସ୍ପନ୍ଦନ ର ଶବ୍ଦ ରେ ଥରୁ ଥିଲା ହୃଦୟ
ତୁମେ ଶୁଣିପାରୁଥିଲ କି ଜହ୍ନ?
ଏକ ପାଗଳ ପ୍ରେମିକ ର ତୃଷ୍ଣା କୁ ।
ତୁମରୀ ସ୍ପର୍ଶର କଳ୍ପନା ରେ
ମୋର ହଜିଯାଇଛି ଅନେକ ରାତ୍ରୀ
ବିତି ଯାଇଛି ଅନେକ ଦିନ
ଆଜି ମୁଁ ତୁମ ବାହୁବଳୟ ଭିତରେ
ମହା ତୃପ୍ତିରେ ଶୋଇ ପଡ଼ିଛି।
ସେଇ ଅମୃତକାଳ ର ପ୍ରଥମାଵସ୍ଥାରେ
ଯେବେ ସନ୍ଧ୍ୟା ଘଣ୍ଟି ଶୁଭୁଥିଲା
ମୁଁ ତୁମକୁ ସ୍ପର୍ଶ କଲି
ସେଇ ପ୍ରଥମ ଶିହରଣରେ
ପୃଥିବୀ ଉଛୁଳି ଉଠିଲା,
ତୁମ ପ୍ରେମର ସାଧନାରେ
ମୋ ଜୀବନ ଧନ୍ୟ ହୋଇଗଲା ।
ଏବେ କାନପାରୀ ଶୁଣ ଜହ୍ନ
ମୋ ଘର ଭାରତ ରୁ ବେଦଧ୍ୱନୀ ଶୁଭୁଛି
ଆମ ମିଳନ ପର୍ବରେ ତାରା ଫୁଲ ଟିଏ ଫୁଟୁଛି।