ଚକୁଳିଆ ପଣ୍ଡା
ଚକୁଳିଆ ପଣ୍ଡା
ହଜିଲାଣି ଏବେ ବିପୁଳ ବିଭବେ
ଭରା ସାଂସ୍କୃତିକ ଭାବ
ଓଡ଼ିଆ ଜାତିର ଜୀବନ ସଭ୍ୟତା
ଚଳଣୀ ଅତି ଅପୂର୍ବ ।
ରାଶି ରାଶି କଳା କୀର୍ତ୍ତି ସୁବିପୂଳା
ସଂସ୍କୃତି ମଧୁର ତର
ଗ୍ରାମ୍ୟ ଜୀବନର ପରିଚାୟକ ଯେ
ନାନା ରସେ ଭର ପୁର ।
ଧର୍ମ ମାସ ଭାବେ କାର୍ତ୍ତିକ ମାସରେ
ପାଳନ୍ତି କାର୍ତ୍ତିକ ବ୍ରତ
ଗାଆଁ ଚହାଳୀରେ ଚକୁଳିଆ ପଣ୍ଡା
ବୁଲି ଗାଇ ଥାନ୍ତି ଗୀତ ।
ନାନ୍ଢୀଆ ନଟିଆ ଆମ୍ଭେ ବେନି ଭେଣ୍ଡା
ସାଜି ଚକୁଳିଆ ପଣ୍ଡା
ଧରମ ବେଉସା କରି ବୁଲୁ ଅଛୁ
ନିତି ନାନା ଗାଆଁ ଗଣ୍ଡା ।
ମାଗୁ ନାହୁଁ ଆମେ ରତ ଧର୍ମ କାମେ
କରରେ ଧରି କି ଥାଳ
କିଣି ନିଅ ଧର୍ମ ଯେ ଯାହା ପାଉଛ
ଆଣି ଏଇ ଥ।ଳେ ଢାଳ ।
କାଖେ ଆମ ଛତା କାନ୍ଧ ରେ ପଇତା
କରରେ ବରଡା ଛତା
ଝୁଲା , ଝୁଲି , ମୁଣି , ଥଳୀ କେତେ ଧରି
ନାଇଛୁ କପାଳେ ଚିତା ।

