STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଚକଲେଟ ଗୋଟେ ମିଶି ଖାଇବା

ଚକଲେଟ ଗୋଟେ ମିଶି ଖାଇବା

1 min
276


ସାତ ବରଷର ନାତୁଣୀ ସୁହାନୀ

ହୋଇଲାଣି ଏବେ ବଡ ସିଆଣୀ

କୋଳେଇ କାଖେଇ ତା ସାନ ଭାଇକୁ

ଗେଲ କରି କେତେ ଯାଏ ବଖାଣି ।


ନାଚିନାଚି କେବେ ତାକୁ ହସାଏ

ବହଲେଇ ମନ କେତେ ବୁଝାଏ

କାଢି କାଞ୍ଚିଖୁରି ତା ଖେଳ କଣ୍ଢେଇ 

ରାନ୍ଧି ଭାତଡାଲି ପରଶି ଦିଏ ।


ମାଷ୍ଟର ବନି ସେ ବେତ ହଲାଇ 

ଦିଏ ଚିତ୍ର ଆଙ୍କି ପାଠ ବୁଝାଇ 

କହେ ସୁନା ପିଲା ହୁଅ ନାହିଁ ଦୁଷ୍ଟ 

ପାଠ ପଢ ନିଜ ମନ ଲଗାଇ ।


କାନ୍ଦି ନ ବୁଝିଲେ ତା ସାନ ଭାଇ 

କହେ ତୁ ବସିଥା ଆସୁଛି ମୁହିଁ

ମିଛେ ମିଛେ ଯାଇ ଫେରିଆସି କହେ

ଆଣିଛି ଚକଲେଟ୍‌ ଖାସ ତୋରି ପାଇଁ ।


ଚକଲେଟ ଲାଗଇ ସୁଆଦ ଭାରି

ଗଡଇ ପାଟିରୁ ଲାଳ ସବୁରି

ଗୋଟିଏ ହେଲେ ବି ଖାଇବନି ଏକା

ଖାଇନେବା ଦୁହେଁ ମିଶିକରି ।

   



Rate this content
Log in

Similar oriya poem from Inspirational