STORYMIRROR

Sambit Srikumar

Tragedy Classics Inspirational

4  

Sambit Srikumar

Tragedy Classics Inspirational

ଚକଡା ପୋକ

ଚକଡା ପୋକ

1 min
165


ସତରେ ମଣିଷ କେତେ ଅସହାୟ

ସବୁ ବୁଦ୍ଧିମତା କାରିଗରୀ ତା'ର ବିଫଳ

ଏଇ ସାମାନ୍ୟ ପୋକ ଜୋକ ପାଖରେ

ଭୂତାଣୁ ଜୀବାଣୁ କଥା କିଏ ପଚାରେ??

ଜୀବନ ଯାକର ତମାମ ଜମାପୁଞ୍ଜି

ଶୋଷି ଦିଏ ମୂହୁର୍ତ୍ତକରେ

ଭାଙ୍ଗିଦିଏ ମେରୁହାଡ଼ ବାପୁଡ଼ା ଚାଷୀର

କିଏ ବା ଶୁଣିବ ଦୁଃଖ ତାହାର

ଆପଣାର ଦୋଷ ଖସାଇବା ଚେଷ୍ଟାରେ

ତ ଏଠି ସଭିଏଁ ମାହିର!!

ପୋକରା ବିହନକୁ ଭେଜାଲ କୀଟନାଶକ

ନୁଖୁରା ମାଟିକୁ ଅମଣିଆ ବଳଦ

ସମସ୍ତେ ଦାଉ ସାଧିବାକୁ ତୟାର

ଜୀବନଟା ତ ଲାଗିଛି ବାଜି

ଫସଲ କିଆରୀରେ ଧାନବିଲରେ 

ଅମଳ ବିଡ଼ମ୍ବିତ ଫମ୍ପା ଭାଷଣ ପରି 

ସାହୁକାର ଖାତାରେ କଳନ୍ତର ତ ଦୌଡୁଛି 

ଘୋଡ଼ା ଠୁଁ ବି ଖୁବ୍ ଜୋରରେ!!

ଏଇ ଚକଡ଼ା ପୋକ ପାଇଁ ଫି' ସାଲ 

ଉଠୁଛି ପଡୁଛି ବିଧାନସଭା ପାର୍ଲିଆମେଣ୍ଟ 

କିନ୍ତୁ ଫଳଶୂନ୍ଯ ଆଲୋଚନା ବାକବିତଣ୍ଡା 

ରକ୍ତହସ୍ତ କୃଷକ ବାପୁଡ଼ା ସବୁଥର 

ଆଉ କରି ପାରିବ ବା କଣ? 

ପଥରରେ ମଥା କୋଡ଼ିବା ଯାହା ସାର 

ଦ୍ବିପଦ ମଣିଷ ତ ଏଠି ପଙ୍ଗପାଳ 

ବୁଡୁଛି ଚାଷୀର ଭେଳା ପୁରୁଛି କାଳ!!

ହତାଶବୋଧର ଶିକାର ହୋଇ 

ଯେବେ ନିଏ ଚାଷୀ ଚରମ ପଦକ୍ଷେପ 

କୁହାଳିଆ ନେତାଏ ନିର୍ଲଜ୍ଜ ତୁଣ୍ଡରେ କହନ୍ତି 

"ଚାଷୀ ତ ସ୍ବାଭିମାନୀ ମେହନତି ମଣିଷ 

ସେ କଣ କେବେ କରିପାରେ ଆତ୍ମବିସର୍ଜନ??"

ଏଠି ଚାଷୀ ହେବାଟା ପାପ ଅଭିଶାପ 

ଚକଡ଼ା ପୋକର ଉଜ୍ଜ୍ବଳ ଭବିଷ୍ୟତ 

ମଣିଷ ହାରିଯାଏ ଜୀବନ ଯୁଦ୍ଧରେ 

ପୋକ ଲଭୁଥାଏ ଅମରତ୍ବ ମଣିଷର 

ସ୍ବେଦ ରକ୍ତ ମାଂସର ପ୍ରାପ୍ତିରେ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy