ଚକାନୟନ -୯
ଚକାନୟନ -୯
ଆହେ ଚକାନୟନ
ଶୁଣ ଦେଇ ମନ
କୋରନା ଭୟକୁ
କର ସମାପନ ॥
ପାଦ ହୁଏ ଅଥୟ
ଛାତି ଯାଏ ଥରି
ଶୁଭୂନି କି ଜଗନ୍ନାଥ
ନ ଶୁଣ ଗୁହାରୀ ॥
କେତେ ମୁଣ୍ତ ନେବ
ମଶାଣୀ କୁ ସତେ
ଭାବିପାରୁନି ମୁଁ
ହେଲ ଏପରି କେମନ୍ତେ ॥
ସବୁ ତ ଶୁଣୁଛ
ସବୁ ତ ଜାଣୁଛ
ତଥାପି କାହିଁକି
ମଉନ ରହିଛ ॥
ତୁମ ବଡଦାଣ୍ତ
ଲାଗେ ଖାଲି ଖାଲି
ଭଲ କି ଲାଗୁଛି ପ୍ରଭୁ
ଭକତଙ୍କୁ ଭୂଲି ॥
ଅନାଥଙ୍କ ନାଥ ତୁମେ
ଆହେ ମୋ ଜଗନ୍ନାଥ
ତୁମ ବିନା କିଏ ଉଦ୍ଧାରିବ
କୁହ ପ୍ରଭୂ ଶୁଣିବେ ଭକତ ॥
ଉଦ୍ଧାର କର ହେ ପ୍ରଭୂ
ଏ ମହାମାରୀରୁ
ତୁମ ନାମ ଗାଇ ବିଶ୍ବ
ଜୀବଙ୍କୁ ଉଦ୍ଧାର କରୁ॥