STORYMIRROR

Renuka Samal

Romance

3  

Renuka Samal

Romance

ଚିଠିରେ ଚିଠିରେ

ଚିଠିରେ ଚିଠିରେ

1 min
36

            

ଠିଚି ଥିଲା ଆଗେ ମନ ମଇନା

ପ୍ରେମିକା କୁ ଦେଖାଉ ଥିଲା ଅଇନା ।

ହୃଦ କଥା ଅତି ସୁନ୍ଦର କରି,

ରସରେ ରସରେ ଦିଏ ସେ ଭରି।

ପ୍ରେମିକ ପ୍ରମିକାଙ୍କ ହୃଦର ହାର,

ଏବେ କାହିଁ ଗଲା ନାହିଁ ଖବର।

ମୋବାଇଲ ନେଲା ଜୀବନ ତାର,

ଆଉ ନ ବୁଲିଲା ଚିଠି ବାର ଦୁଆର।

ଚିଠିରେ ଚିଠିରେ ହୃଦୟ ଗଢା,

ଚିଠିକୁ ଲୁଚାଇ ଲୁଚାଇ ପଢା।

ଏମିତି ଏମିତି ଯେ କରିଛି ,

ତାର ମଜା ସିନା ସିଏ ପାଇଛି।

ଚିଠି ଅପେକ୍ଷାରେ କେତେ ଦିନ ବିତିଛି,

ଉତ୍ତର ନପାଇ ପ୍ରାଣ ଝୁରିଛି।

ସୁଖ ଦୁଃଖ ଏଇ ଚିଠି ଟି ଦିଏ,

ମୋ ସୁଖିଲା ହୃଦର ପ୍ରାଣଟି ସିଏ।

ଭାଙ୍ଗି ଯେବେ ପଡେ ବିରହି ପ୍ରାଣ,

ଚିଠି ଭରି ଦିଏ ହୃଦେ ଜୀବନ।

ଚିଠି ରେ ଚିଠି,

ଥାପୁଡେଇ ଦେଇ ପ୍ରିୟାର ପିଠି,

କହିବୁ ଧିରେ,

ପ୍ରିୟତମ ତୁମ ବିରହେ ମରେ ।

ବେଳେ ବେଳେ ତୁ ଥରାଉ ଛାତି,

ତୋତେ ପଢି ପଢି ପାଇଛି ରାତି।

ଖୁସିରେ ଖୁସିରେ କରିଛୁ ବାଇ,

ଖୁସିରେ ଖବର ଚିଠିରୁ ପାଇ।

କେତେବେଳେ ମନ ଦେଇଛୁ ମାରି,

ଆଖିର କୋଣରେ ଲୁହକୁ ଭରି।

ଚିଠି ଲୋ ଚିଠି,

ଫେରିଆ ମୋ ପାଖେ,

ଲେଉଟି ନ ଯାଆ ଆଡେଇ ପିଠି ।


         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance