STORYMIRROR

Brundabana Pradhan

Tragedy

3  

Brundabana Pradhan

Tragedy

ଚିଠିର ସ୍ମୃତି ରେ

ଚିଠିର ସ୍ମୃତି ରେ

1 min
10


ମନ ଗହନରେ 

ଅସୁମାରୀ ସ୍ୱପ୍ନ ବୁଣିଦେଇ 

ପ୍ରେମର ବର୍ଷାରେ 

ସେ ମତେ ଭିଜାଇ ଦିଏ

କେବଳ ଚିଠିରେ ଚିଠିରେ ।

ମନ ବଗିଚାରେ 

କିଆ କେତକୀ ସଜ ମଲ୍ଲୀ 

ପୁଣି ଗୋଳାପ ଫୁଲର

ବାସ୍ନା ଛୁଟାଇ ଦିଏ

କେବଳ ଚିଠିରେ ଚିଠିରେ ।

କହିଦିଏ ଅତୀତର ସ୍ମୃତିକୁ 

ଗାଇ ଦିଏ ବର୍ତ୍ତମାନର ଗାଥାକୁ 

ଦେଖାଇ ଦିଏ ଭବିଷ୍ୟତର

ନିର୍ବାଚିତ ପଥକୁ

କେବଳ ଚିଠିରେ ଚିଠିରେ ।

ତଥାପି ସେ ଚିଠି 

ସିନା ଦୁନିଆଁରେ 

ହଜିଯାଇଛି କାହା ଡାଏରୀ ଭିତରେ

 ହେଲେ ସ୍ମୃତି ତାର 

ବଞ୍ଚିଛି ଅନ୍ତରେ ଅନ୍ତରେ। 



Rate this content
Log in

Similar oriya poem from Tragedy