ଚିଠି
ଚିଠି
ଦେଇଥିଲ ଯେଉଁ ଚିଠି ଟି ତୁମର
ପାଇଛି ପ୍ରିୟା ମୁଁ ତାହା,
କଥା ଦେଇଥିଲ ଆସିବା ପାଇଁ କି
ଆସିଲନି ତମେ କିଆଁ ।
ସେଦିନ ଯେବେ ମୁଁ ଚାହିଁଲି ତୁମକୁ
ମୁହଁ ଟି ତଳକୁ କଲ ,
ତୁମ ଗାଲ ଦୁଇ ଦିଶୁଥିଲା ନାଲି
ସତେକି ଲାଜେଇ ଗଲ ।
ଶେଜ ସଜାଇଛି ଗୋଲାପ ଫୁଲରେ
ଭାବି ମନେ ପ୍ରେମ ମୁଦ୍ରା,
ତୁମ ଆସିବାକୁ ଅନାଇଁ ବସିଛି
ଆଖିରେ ଆସୁନି ନିଦ୍ରା ।
ସ୍ଵପ୍ନ ରାଇଜରେ ରାଣୀ ତୁମେ ମୋର
ଫେରି କି ଆସିବ ସତେ,
ଆମେ ଦୁହେଁ ମିଶି ହେବା ବୋଲି ଏକ
ପରତେ ଯାଉନି ମୋତେ ।
ହୃଦୟ ଦରଜା ଖୋଲା ମୁଁ ରଖିଛି
ତୁମରି ପ୍ରବେଶ ପାଇଁ,
ଯେଉଁଠି ବସିଛ ସେଠାରୁ ଆସିବ
ଚକ୍ଷୁ ମୋ ରହିଛି ଚାହିଁ ।

