STORYMIRROR

ZYOTSNA PATRAW

Tragedy

3  

ZYOTSNA PATRAW

Tragedy

ଚିଠି ଓ ଚିତା

ଚିଠି ଓ ଚିତା

1 min
120

ପ୍ରଭୁ ହେ ତୁମକୁ ଚିଠି ଦେଇଥିଲି 

ଗଲା ବରଷ ରଥରେ 

ଦେଖିଥିଲି ମୁଁ ଯେ ତୁମ ସୁନା ବେଶ 

ଥାଇ ମାଆ ର କାଖରେ 


ତୁମକୁ ସେବକ ସଜ କରୁଥିଲେ 

ସୁନା ଅଳଙ୍କାର ଦେଇ 

ମାଆ କାନ୍ଦୁଥିଲା ଭୋ ଭୋ ହୋଇ 

ଦେଖିଛ କି ତାକୁ ସାଇଁ 


ଏତେ ଗହଳିରେ ତୁମର ନଜର 

ନ ପଡିବ ବୋଲି ଭାବି 

ଦେଇଥିଲି ଲେଖି ଚିଠି ମୁଁ ତୁମକୁ 

ଦୁଃଖ ତା'ର ଭାବି ଭାବି 


ସୁନା ରୂପା ପାଇଁ ମୋ ମାଆଟି ପରା 

ସହୁଥିଲା ମାଡ ଗାଳି 

କେବେ ସିଏ ପୁଣି ଘରୁ ତଡା ଖାଇ 

କାନ୍ଦେ କବାଟକୁ କିଳି 


ଶୁଣିଥିଲି ମାଆ ଅଳପ ଯୌତୁକ 

ଆଣିଥିଲା ବାପ ଘରୁ 

ବହୁତ କଷ୍ଟରେ ଦେଇଥିଲେ ଅଜା 

ସଞ୍ଚି ଥିଲେ ଯା ' ଚାଷରୁ 


ମାରିଦେବେ ବୋଲି ଧମକ ଚମକ 

ଶୁଣିଛି ମୁଁ ବହୁ ଥର 

ରଖିଦେବ ବୋଲି ମୋ ମାଆକୁ ତୁମେ 

ଲେଖୁଛି ଚିଠି ଏଥର 


ପଢିବ ନିଶ୍ଚୟ ମନ ସହକାରେ 

ବୁଝିବ ତାହାର ଦୁଃଖ 

ଆଗ ଯାତରାରେ ଆସି ମୁଁ ତୁମକୁ 

ଦେବି ବହୁ ଧନ୍ୟବାଦ 


ଏତେ ଗୁହାରି ମୁଁ କରିଥିଲି ପ୍ରଭୁ 

କିଛି ହେଲେ କଲ ନାହିଁ 

ମାଆ ଛେଉଣ୍ଡ ମୁଁ ହୋଇଗଲି ଆଜି 

କାନ୍ଦେ ଖାଲି କଇଁ କଇଁ 


ମହଣ ମହଣ ସୁନା ପିନ୍ଧି ତୁମେ 

ସୁନା ବେଶେ ଦେଲ ଦେଖା

କାହିଁକି ହେ ପ୍ରଭୁ ଯୌତୁକ ଯୁଇରେ 

ମାଆର ଜଳିଲା ଚିତା


Rate this content
Log in

Similar oriya poem from Tragedy