ଚିତ୍କାର
ଚିତ୍କାର
ଗୋଟିଏ ପଟେ
ରୋଗୀମାନଙ୍କର
କରୁଣ ଚିତ୍କାର
ଆନ ପଟେ ହୁଏ
ଶବ ସତ୍କାର
ବିଧାତା ଲେଖିଛି
କି ଦାରୁଣ ଚିତ୍ର
ରୋଗୀଙ୍କ ଆତ୍ମୀୟ ସ୍ଵଜନ
କରନ୍ତି ବିଳାପ
ହରାଇ ତାଙ୍କର
ପତି, ପତ୍ନୀ, ପୁତ୍ର, କନ୍ୟା ଓ
ସଖା ସହୋଦର
ଯେ ଆଡେ ଦେଖିବ
ପ୍ରକୃତି ରଚୁଛି ହାହାକାର
ଶୁଣିବ ଖାଲି ଚିତ୍କାର ପରେ
କରୁଣ ଚିତ୍କାର ।
ଜୀବନ ହରାଇ
ଜୀବିକା ହରାଇ
ପ୍ରତି ପରିବାରେ
ଗାଁ ଓ ସହରେ
ସବୁଠି ଖାଲି ହାହାକାର
କରୋନାର ନାହିଁ କରୁଣା
ମନୁଷ୍ୟ ଜୀବନର
ମୂଲ୍ୟକୁ ସେ ବୁଝେନା
ପ୍ରତିଶୋଧ ପରାୟଣ ଆଜି
ସମଗ୍ର ଜୀବାଣୁ, ଭୂତାଣୁ,
ପ୍ରକୃତି, ପରିବେଶ
ମଣିଷ ଜାତିକୁ ଦିଅନ୍ତି
ଆଜି ଉଲୁଗୁଣା
ସତେ କି ସେମାନେ
ହାହାକାର ରଚି
ମଣିଷକୁ କୁହନ୍ତି
ଚିତ୍କାର ପରେ
ଚିତ୍କାର କରିଚାଲ
ରେ ଦୁଷ୍ଟ ଦାନବ
ମାନବ ଜାତି ତୁମେ ସିନା ।
ବେକାରୀ ଯୁବତୀ ଯୁବକ
ବେକାର ହୋଇ
କରନ୍ତି ଚିତ୍କାର
ଜୀବିକା ହରାଇ
କର୍ମଜୀବି, କୃଷକ, ଶ୍ରମିକ,
ଖଟିଖିଆ, ଦିନ ମଜୁରିଆ
କରନ୍ତି ଚିତ୍କାର
ଶିକ୍ଷାନୁଷ୍ଠାନ ଠାରୁ
ସମସ୍ତ କଳକାରଖାନା
ସତେ କି ନୀରବି ଯାଇ
କରୁଛନ୍ତି ଖାଲି
ଚିତ୍କାର ଆଉ ଚିତ୍କାର ।
ହେ କରୋନା ହେ କରୋନା
ତୁ ଆମକୁ କ୍ଷମା କର
ଆମ ଭୁଲ୍ର ପ୍ରାୟଶ୍ଚିତ ପାଇଁ
ଚେଷ୍ଟିତ ହେବୁ ଆମେ ବରାବର
ମାନବ ହୋଇ ଦାନବ ଭଳି
କାର୍ଯ୍ୟ କରିବାକୁ ନ ହେବୁ
ଆଉ କେବେ ତତ୍ପର
ସମ୍ପଦ ପାଇଁ ବିପଦକୁ
ଟାଣି ନ ଆଣିବୁ
କେବେ ଆମ ଘର ପରିବାର ।
ହେ ପ୍ରକୃତି ରାଣୀ
ଜୀବଜନ୍ତୁ, ଜୀବାଣୁ,
ଭୂତାଣୁ ଓ କୀଟାଣୁ
ଏ ମଣିଷ ସମାଜକୁ କ୍ଷମା କର
ଆମକୁ ତୁମ୍ଭେମାନେ
ସଭିଏଁ ରକ୍ଷାକର
ସେ ଅଦୃଶ୍ୟ ଭୂତାଣୁ କରୋନା
ଦାଉରୁ ଆମକୁ ରକ୍ଷାକର ।
ଚତୁର୍ଦ୍ଦିଗେ ଶୁଭେ
ଖାଲି ହାହାକାର
କରୋନା ରଚାଏ
ଆକ୍ରାନ୍ତ ଓ ମୃତ୍ୟୁର
ବିଭୀଷିକା ଖାଲି
ଯେ ଆଡେ ଶୁଣିବ
ଦେଶେ ଓ ସମଗ୍ର ବିଶ୍ଵେ
କେବଳ ମାନବ ଜାତି
ଜୀବନ ଓ ଜୀବିକା ସହ
ସଂଘର୍ଷରତ
ମାନବ ଜାତିର
ଶୁଭେ ଆର୍ତ୍ତନାଦ
ଶୁଭେ କେବଳ
ଆକ୍ରାନ୍ତ ଓ ମୃତ୍ୟୁର
ଆର୍ତ୍ତ ଚିତ୍କାର
ନଦ, ନଦୀଠାରୁ ଶ୍ମଶାନ ଯାଏଁ
ସତେ କି ଶବ ମାନେ ବି
ପାଉଛନ୍ତି ଅସୁମାରୀ କ୍ଳେଶ
ମୃତ୍ୟୁ ପରେ ବି ସେମାନଙ୍କ
ଆତ୍ମା ଓ ଶରୀର
କରୁଛନ୍ତି ଆର୍ତ୍ତ ଚିତ୍କାର
ସବୁଠି ହାହାକାର
ମଣିଷ ଆଜି
ବିଳାପର ବଶବର୍ତ୍ତୀ ହୋଇ
କରେ ଖାଲି ଚିତ୍କାର ଆଉ ଚିତ୍କାର ।