STORYMIRROR

Banasmita Panda

Abstract Tragedy

3  

Banasmita Panda

Abstract Tragedy

ଚିନ୍ତା

ଚିନ୍ତା

1 min
253


ମୁଁ ଈଶ୍ୱର ଦ୍ୱାରା ପ୍ରାପ୍ତ

ମନୁଷ୍ୟ କର୍ମ ଦ୍ୱାରା

ଆକାର ପ୍ରାପ୍ତ

ସବୁ ସ୍ଥାନରେ ମୁଁ

ସବୁ ସ୍ତରରେ ମୁଁ

ବିନା ଡାକରା

ମୋର ଆଗମନ

ମନୁଷ୍ୟ ଭୁଲିଯାଏ

ତାର କର୍ମ

ପେଟ ଖଣ୍ଡକ

ଜୀବନ ସ୍ରୋତକୁ ନେଇ

ମୋର ସଂଜ୍ଞା

ସଭିଏଁ ନଚାହିଁ

ଆଦରନ୍ତି ମୋତେ

ଭାବି କେତେ ଦିନର ଏ କୁଣିଆ

ଛୋଟ ଠୁ ବଡ଼

ସଭିଏଁ ମୋତେ ଡରନ୍ତି

ଦୂର ଦୂର କହି

ଯେତେ ସମ୍ଭବ ଘଉଡ଼ାନ୍ତି

ମୋରି ରହଣି ବେଳାରେ

ପରସ୍ପର ସମ୍ପର୍କକୁ ଚି଼ହ୍ନନ୍ତି

ଯିଏ ସାଥିରେ ରହିଲା ନିଜର

ନ ହୋଇଲେ ଜାଣନ୍ତି ପର

ପରିସ୍ଥିତି ନେଇ

ମୁଁ ମୋ ଜାଲ ବିଛାଏ

ଦୁଃଖର ବାହାନାରେ

ଦିଏ ମୌକା ଦେଖି ବିଧାଏ

ବଡ଼ରୁ ବଡ଼ ସୁସ୍ଥ ବ୍ୟକ୍ତିତ୍ୱକୁ

ମୁଁ ଅସୁସ୍ଥ କରାଏ

ସମୟ ନ ହେଉଣୁ

ମୃତ୍ୟୁ ପାଖକୁ ପଠାଏ

ମୋତେ ଯେ ଆପଣେଇଲା

ଜାଣିବ ତାର ଅସ୍ତିତ୍ବ ଧ୍ବଂସ ହୋଇଲା

ବିଭିନ୍ନ ରୂପ ନେଇ

ମୁଁ ମନରେ ବସା ବାନ୍ଧେ

ତିଳ ତିଳ କଷ୍ଟ ଦେଇ

ମୁଁ ଜୀବନର ସୁଖ ଶାନ୍ତିକୁ ଗ୍ରାସେ

ମୁଁ ଜୀବନ କାଳରେ ବଡ଼ ବନ୍ଧୁ

ଆସିଲେ ଦୁରେଇ ଯାଆନ୍ତି

ନ ଆସିଲେ ଖୋଜି ବୁଲନ୍ତି

ଶୁଣହେ ସୁଧୀଜନେ

ଜୀବନ ଗାଡି ନିତି ନିୟମେ

ଅହିଂସା, ସତ ପଥେ

ସ୍ନେହ, ଶ୍ରଦ୍ଧା, ମମତା

ଆଧାର ଦେଇ ଯେ ଗତି କରେ

ମୋ ଠାରୁ ସେ ଦୁରେଇ ରୁହେ

ଭକ୍ତିର ମାର୍ଗ ଆପଣେଇ ନିଅ

ସେ ପ୍ରଭୁକୁ ନେଇ ମୋତେ ଭୁଲିଯାଅ

ତୁମ ପ୍ରାର୍ଥନାରେ ସେ ଖୁସି

ତୁମ ଚିନ୍ତାକୁ ନେଇ ସେ ହେବ ଚିନ୍ତିତ

ତା ପାଇଁ ମୋ ଅସ୍ତିତ୍ବ କିଂଚିତ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract