ଛୁରୀ
ଛୁରୀ
କାଟିବାକୁ ହୁଏ
ଏମିତି କଟି ଯାଏନା
ବୁହେଇବାକୁ ହୁଏ ରକ୍ତ
ଏମିତି ବୋହି ପାରେନା ।
ଲହୁ ପର ବୁହାଇ ଥାଏ
ଆପଣା ଲହୁ ଝରେଇ ଦିଏ
ମନ ଭିତରେ ରହି ମନ ମନ୍ଥିଦେଇ
ନିଜ ଲୋକଟି ନିଜକୁ କନ୍ଦେଇ ଦିଏ ।
ହୃଦ କଥା ମନ କୁହଇ ଯାହାକୁ
ସେ ଖଣ୍ଡ ଖଣ୍ଡ କରି ମଜା ନେଇଥାଏ
ଭଗ୍ନ ମନର ଧ୍ଵଂସ ସ୍ତୁପପରେ
ନିଜ ସୌଖିନ ମହଲ ସଜାଇ ଥାଏ ।
ଷଡଯନ୍ତ୍ର କରି ପିଠିରେ ମାରି
ଆଗରେ ପୁଣି ସେ ଆସି ହସିପାରେ
ବେଇମାନ ବନ୍ଧୁ ବିଷାକ୍ତ ସବୁଠୁ
ବନ୍ଧୁକୁ ଫସାଇ ଖସି ଯେ ପାରେ ।
ନିଶ୍ଚୟ ସେ ଛୁରୀଟିଏ
ରକ୍ତମୁଖା ଲହୁ ପିପାସୁ ବସ୍ତୁ
ଯେତେ ବାନ୍ଧି ରଖିଲେ ବି ତାକୁ
ଖସି ଯାଇଥାଏ ସହଜେ ହସ୍ତୁ.. ।