STORYMIRROR

rasmi maye pati

Classics Others

2  

rasmi maye pati

Classics Others

ଛନ୍ଦି ଦେ ତୋ ଭାବରେ

ଛନ୍ଦି ଦେ ତୋ ଭାବରେ

1 min
23

ଆଞ୍ଜୁଳାଏ ଭରି ଦିଅନାହିଁ ସୁଖ

    ଆଞ୍ଜୁଳାରୁ କାଳେ 

       ବହିଯିବ ।


ଅଳପ ଦିନର କହ୍ନେଇ ପ୍ରେମରେ

    ଯଶୋଦା ପରି କେ' 

       ଝୁରୁଥିବ ?


ଦେବକୀ ପରି କେ' ମୁଣ୍ଡ ପିଟୁଥିବ

    ଦୁଃଖ ଗଣ୍ଡେ ଯଦି 

       ବୁଡାଇବ ।


କେଶବର ମାଆ ଡାକ ଶୁଣିବାକୁ

    କେତେ ଗର୍ଭ କଷ୍ଟ 

      ଭୋଗୁଥିବ ?


ମାତ୍ର ଦୁଇବୁନ୍ଦା ଭାବେ ଛନ୍ଦିଦିଅ

     ଅନ୍ତରେ ତୁମକୁ 

      ରଖିଥିବି !


ପୂର୍ଣ୍ଣଚ୍ଛେଦ ମୋର ପଡିବା ପର୍ଯ୍ୟନ୍ତ

     ତୁମରି ନାମକୁ 

       ସ୍ମରୁଥିବି !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics