STORYMIRROR

Chinmaya Kumar Nayak

Romance Tragedy

4  

Chinmaya Kumar Nayak

Romance Tragedy

ଛଳନା

ଛଳନା

1 min
128

ମୋହ ମଦିରାର ପିଆଲା ପିଆଇ

ନିଶାରେ ପାଗଳ କଲ

ଛଳନାର ଆଖି ଇଶାରାରେ ମୋତେ

ସମ୍ମୋହନେ ବାନ୍ଧି ଦେଲ।


ପ୍ରେମ ଭାବିଥିଲି ତୁମ ଆଶ୍ୱାସନେ

ନିଶ୍ୱାସେ ମଳୟ ଗନ୍ଧ

କିଏ ଜାଣିଥିଲା ସେ ମଳୟେ ଥିଲା

ପ୍ରତାରଣାର ଦୁର୍ଗନ୍ଧ।


ସ୍ୱପ୍ନିଳ ସେଇ ଆକାଶେ ରଚିଲ

ମିଳନର ଜଳ ଛବି

ଦଗ୍ଧ ପରାଣେ ଢାଳିଦେଲ ତୁମେ

ଅମୃତ ଜହର ଭାବି।


ଯଦି କେବେ ତୁମ ମନ ଦେଇଥିବ

ସ୍ଵଛ ଇଛା ତିଳେ ଥାଇ

ଅନୁରୋଧ କାରେ ପ୍ରତାରଣା କରି

ଭାଙ୍ଗିବନି ତାର ଛାଇ।


Rate this content
Log in

Similar oriya poem from Romance