ଛଳନା
ଛଳନା
ମୋହ ମଦିରାର ପିଆଲା ପିଆଇ
ନିଶାରେ ପାଗଳ କଲ
ଛଳନାର ଆଖି ଇଶାରାରେ ମୋତେ
ସମ୍ମୋହନେ ବାନ୍ଧି ଦେଲ।
ପ୍ରେମ ଭାବିଥିଲି ତୁମ ଆଶ୍ୱାସନେ
ନିଶ୍ୱାସେ ମଳୟ ଗନ୍ଧ
କିଏ ଜାଣିଥିଲା ସେ ମଳୟେ ଥିଲା
ପ୍ରତାରଣାର ଦୁର୍ଗନ୍ଧ।
ସ୍ୱପ୍ନିଳ ସେଇ ଆକାଶେ ରଚିଲ
ମିଳନର ଜଳ ଛବି
ଦଗ୍ଧ ପରାଣେ ଢାଳିଦେଲ ତୁମେ
ଅମୃତ ଜହର ଭାବି।
ଯଦି କେବେ ତୁମ ମନ ଦେଇଥିବ
ସ୍ଵଛ ଇଛା ତିଳେ ଥାଇ
ଅନୁରୋଧ କାରେ ପ୍ରତାରଣା କରି
ଭାଙ୍ଗିବନି ତାର ଛାଇ।