କବିତା - ଛଳନା ସର୍ବାଙ୍ଗ
ରଚନା - ପଞ୍ଚାନନ ଜେନା
ତାରିଖ -୦୮-୦୬-୨୦୨୫
ଜାଣିଛ କି ସାଙ୍ଗ?
ଭଲ ପାଇବାର ଅର୍ଥ
ଅଧୁନା ଅନର୍ଥରେ ଭଙ୍ଗ
ଅଭିକା ଛଳନା ସର୍ବାଙ୍ଗ
ମନେ ହୁଏ
ନୂଆ ଘର ତିଆରି ବେଳେ
କାନ୍ଥରେ ରଙ୍ଗମରାକୁ ନେଇ
ଯେମିତି ଚାଲେ ସୁଆଙ୍ଗ
ପ୍ରେମ ବି ହେଲାଣି ଅପ୍ରସଙ୍ଗ
ରଙ୍ଗ ଦୋକାନୀ ଯେମିତି
ନୂଆ ରଙ୍ଗ ଡବାରେ
ଅନେକ ଭାଙ୍ଗ ପକେଇ
ମିଶେଇ ଗୋଳେଇ ଘାଣ୍ଟେଇ
କରେ ପ୍ରସ୍ତୁତ ଛବିଳ ଛଇଳ
ଐନ୍ଦ୍ରଜାଲିକ ରଙ୍ଗ
ପ୍ରେମ ଖାଲି ଖୋଳପା ଉପରେ ନାନାରଙ୍ଗ
ଭିତରେ ଭିତରେ ପୋଲା ଫମ୍ପା ପୋଲାଙ୍ଗ
ଆଖିକୁ ସୁନ୍ଦର
କାନ୍ଥକୁ ସୁନ୍ଦର
ବିଜୁଳି ବତୀ ଆଲୁଅରେ ଆହୁରି ଚମତ୍କାର
ମାତ୍ର
ନିରେଖି ଦେଖିଲେ
ପାଖେଇ ନିହାରିଲେ
ସବୁ ପୁଟିମରା ପଲସ୍ତରା
ପାମ୍ପଡି ମରା ସଇଁମରା ନଖରା
ପୁଳା ପୁଳା ହୁଳା ହୁଳା
ବେରଙ୍ଗରେ ଭରା ପ୍ରେମ ତରଙ୍ଗ
ଜାଣିଛ ସାଙ୍ଗ
ମନ ଦେବା ନେବା
ଏବେ ହେଉଛି କମ୍
ଦେହାତୀତର ଅର୍ଗଳି ଡେଇଁ
ପେମ ଏବେ
ଦେହ ଦେହଳୀରେ ବନ୍ଦୀ ଏକଦମ୍
ନଖରେ ଗଜୁରେ ପ୍ରେମଭୂଇଁ
ବାଳ ଆଉ ଚାଳ ଦେଖି ଦେଖି
ଆଖି ଇଶାରାରେ ପ୍ରେମ ପରସ ଆସଇ ଉଇଁ
ଧନ ସମ୍ପଦ ଯଦି ଯୋଡିଯାଏ
ପ୍ରେମାଙ୍କୁର କାଦୁଅ ପଚପଚ ରେ
ବି ଆସିବ ପାଖୁଡ଼ା ମୁଠେଇ ମୁଦେଇ
ପୂରା ଗହ୍ମା ପୁନେଇଁ
ଭାବିଛ କି ବନ୍ଧୁ
ତ୍ୟାଗ ଛାଡି ଭୋଗରେ ପ୍ରେମ ଅଳନ୍ଧୁ
ଚିଠିପତ୍ର ଛାଡି ହୋଟଲ ରୁମରେ ଖୋଜୁ ବାନ୍ଧୁ
ଅପେକ୍ଷା ଛାଡି ସହସା ମିଳିବାରେ
ପ୍ରେମ ଆଜି ନିରୁଦ୍ଦିଷ୍ଟ
ଦିଶାହୀନ ହୀନିମାନ ହୁଏ
ବିନ୍ଦୁ ବିସର୍ଗ ବି ମିଳେନା ଅଥଳ ପ୍ରେମସିନ୍ଧୁ
ମାତୃତ୍ବ ଓ ସତୀତ୍ଵର
ଅମ୍ଳାନ ଅମୃତ ଅନୁଭବ
ପ୍ରେମର ପାବଚ୍ଛ କରେ ମହାନୀୟ
ଆଜି ପରକୀୟା ପ୍ରୀତିର ଉତ୍ସବ
କୁମାରୀ ଛାଡି ଭାଉଜ ପଛରେ
ପୂରା ପାଗଳ ପ୍ରେମିକ ପୁଙ୍ଗବ
ସୁଖ ସର୍ବସ୍ଵ ସଂଭୋଗ ବଚଃସ୍ଵ
ଏ ଧରା ଧାମ
ଭଲ ପାଇବା ଭେଜାଲ ହେଲାଣି
ହତ୍ୟା ଅପରାଧ ପାଇଁ ପ୍ରେମ କାହାଣୀ
ଲଭ୍ ଜିହାଦର ରୂପ ନେଲାଣି