STORYMIRROR

Amit Bal

Abstract Romance Fantasy

3  

Amit Bal

Abstract Romance Fantasy

ଛଳନା(୧୨)#କୁହୁଡିର କୁହୁକ#

ଛଳନା(୧୨)#କୁହୁଡିର କୁହୁକ#

1 min
206

ଜୀବନ ରାସ୍ତାର ଦୋଛକିରେ ସେଦିନ

ଅଟକି ଗଲା ହଠାତ୍ ମୋ ପାଦ

କଣ ଗୋଟେ ସୁ ସମ୍ଭାବନାର ସ୍ଵସ୍ତିକ ଚିହ୍ନ

ଆଖିରୁ ଉଡ଼ାଇ ନେଇ ଯାଉଥିଲା ମୋ ନିଦ ,


ମୃଦୁ ମଳୟରେ ନୃତ୍ୟରତା ମୋ ମନ

ମୁଗ୍ଧ ପ୍ରାୟ ବିହ୍ଵଳିତ ତା'ରି ହସରେ,

ସତେଅବା ଜୀବନର ଅମା ଅନ୍ଧକାର ଦୂରେଇଲା

ଖଣ୍ତେ ଆଲୋକିତ ଆକାଂକ୍ଷାର ଅନୁସନ୍ଧାନରେ , 


ପ୍ରତୀକ୍ଷାରତ ମୋ ହୃଦୟରେ

ଅବର୍ଣ୍ଣନୀୟ ତା ଉପସ୍ଥିତି ର ଭୁରୁ ଭୁରୁ ମହକ,

ପ୍ରୀତିଚନ୍ଦନର ସୁଗନ୍ଧେ ବିସ୍ମିତ ହୋଇ ଜାଣିପାରିଲିନି

ପ୍ରେମଋତୁରେ,ସେଦୃଶ୍ୟ ଶାଶ୍ଵତ ନୁହେଁ କୁହୁଡିର କୁ଼ହକ,


ହଁ ବୋଧହୁଏ ସେ ତାରୁଣ୍ଯର ଢେଉ

କିଛି ଟା ବର୍ଷା ଭିଜା ରାତିର ବିଜୁଳି ପରି

ଅଚାନକ ଦେଖା ଦେଇ ନିମିଷକେ ହଜିଯାଏ

କେବେ କାଳେ ହୁଏନା ସେ କାହାରି !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract