Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Romance Tragedy Action

4  

Amit Bal

Romance Tragedy Action

ଛଳନା(୧୧)#ନିର୍ମମ ନିଦାଘର ଘୂର୍ଣ୍ଣିଝଡ#

ଛଳନା(୧୧)#ନିର୍ମମ ନିଦାଘର ଘୂର୍ଣ୍ଣିଝଡ#

1 min
188


ବିବର୍ଣ୍ଣ ଋତୁର ନିର୍ମମ ନିଦାଘ

ଜଣା ନାହିଁ କେତେ ଦୂରେ ମେଘ ,

ସ୍ବପ୍ନରେ କିନ୍ତୁ ବୁନ୍ଦା ବୁନ୍ଦା ମୋତିର ଚମକ

ସବୁ ତା'ର ମାୟାବୀ ଆଖିର କୁହୁକ ,


ନୀତି ଆସେ ଅଲଗା ଅଲଗା ନିଆରା ଢଙ୍ଗରେ

ଅସହ୍ଯ ତାପ , ଏ ଜଳୁଥିବା ହୃଦୟରେ ,

ମିଛ ପ୍ରୀତିର ଅବର୍ଣ୍ଣନୀୟ ସ୍ବାକ୍ଷର ଦିଏ

ବୁଝା ପଡେନା କିଏ ନିଜ କିଏ ପର କେବେ ଥରେ ,


ପହିଲି ମେଘ ମିଳନର ଧାରଣା ମ୍ଳାନ ହୁଏ

ଅଶ୍ରୁ ଆଷାଢ଼ ର ନୀବିଡ ଆଲିଙ୍ଗନରେ,

ମଲା ସ୍ବପ୍ନ ର କାନ୍ଦ ଶୁଭେ ଯେବେ

ଖାଲି ଦେହର ଦୁଇ କାନରେ ନୁହେଁ,

ମନ ସାରା ଦାଗ ହୋଇ ଗଲା ପରେ 

ଆତ୍ମାର ଅଙ୍କୁରିତ ଫୁଲ ବନରେ ,


ଜୀବନେ ଖେଳିବ ସୁଖର ଫଗୁଣ

କେଡେ ଚର୍ଚ୍ଚା ଥିଲା ଦିନେ ,

ଏବେ କିନ୍ତୁ ଏଠି ନିର୍ମମ ନିଦାଘର ଘୂର୍ଣ୍ଣିଝଡ଼

କି ଅଛି ଆଶ୍ଵିନରେ କାଶତଣ୍ତିର ମାନେ !








Rate this content
Log in

Similar oriya poem from Romance