ଛଳନା(୦୯)#ନିଶ୍ବାସ ମଝିରେ ସିଏ#
ଛଳନା(୦୯)#ନିଶ୍ବାସ ମଝିରେ ସିଏ#
ମ୍ଳାନ ପୃଥିବୀରେ ସେ ଥିଲା କେବେଦିନେ
ଆପଣା ପଣର ଅୟୁତ ପରଶ
ସମୟର ଅଦୃଶ୍ୟ ସମୀରେ ଅହରହ ଝଙ୍କୃତ
ମୋ ମନର ଅସୁମାରୀ ଅଭିଳାଷ ,
ବିଶ୍ବାସ ଥିଲା ତା' ଗହିରୀ ଆଖିର ଚାହାଁଣୀରେ
ତାକୁ ନେଇ ଉଡୁଥିଲି ନୀଳ ଆକାଶରେ,
ଜହ୍ନ ରାଇଜରେ, କାହିଁ କେତେ କେତେ ଦୂରେ,
କିଛି ନୂଆକରି ଜୀବନକୁ ଜିଇଁଯିବା ଲକ୍ଷ୍ୟରେ ,
ତା' ଦେହର ସେ ରୂପ ପଟୁଆର
ପୋଛି ଦେଇଥିଲା ମୋ ବୁଦ୍ଧି ବିବେକର ଘର
ଜୀବନ କେବେ କୂଳ ଲଂଘି ଗଲା
ଜାଣି ପାରିଲିନି ମୁଁ କୁଳାଙ୍ଗାର,
ହଁ ନିଃଶ୍ବାସ ମଝିରେ ସେ ରହି ଯାଉଥିଲା
ମୁଁ ଭାସି ବୁଲୁଥିଲି ଶୂନ୍ୟରେ,
ପାଉ ନଥିଲି କୂଳ କିନାରା ତା' ପ୍ରୀତିର ମାୟାରେ
ତା' ପୁଲକ ଭରା ମଧୁଝରା ମୋହନୀୟ ହସରେ,
ଏବେ କିନ୍ତୁ ଜହ୍ନ ଜଳି ପୋଡ଼ି ପାଉଁଶ
ଲୁହ ଲହୁର ସେ ଦୂର ଗଗନେ,
ଆଉ ମୁଁ ଚିରୁଡାଏ ସ୍ମୃତି କୁ ଧରି
ଏକା ଏକା ଚାଲିଛି ଏଇ ମୋ ଜୀବନେ ......