STORYMIRROR

Anam Charan Sahoo

Inspirational

4  

Anam Charan Sahoo

Inspirational

ଛାଇ

ଛାଇ

1 min
154

ସେମିତି ଗୁଣ ମୋ ନାହିଁ ତ ପାଶରେ

ପ୍ରେରିତ ହେବ ବା କିଏ

ତଥାପି ଜାଣିଛି କେହି ଜଣେ ଅଛି

ମୋତେ ଦେଖି ଶିଖି ଥାଏ।

ପାଞ୍ଚ ବର୍ଷତଳେ ଅଜଣା ଜାଗାରେ

ଯେବେ ରହିଲି ମୁଁ ଯାଇ

ତା ପାଣି ପବନେ ଚମକ ଜୀବନେ

ଶବ୍ଦ ଗଲେ ତନୁ ଛୁଇଁ।

କଲମ ମୁନରେ ଲେଖିଲି ମୁଁ କେତେ

ପ୍ରବନ୍ଧ କବିତା ଗପ

ମୋ ସାଙ୍ଗସାଥୀଙ୍କ ପ୍ରେରଣା ଲଭିଲି

ପାଇଗଲି ନୂଆ ରୂପ।

ମୋ ଲେଖିବା ଦେଖି କେତେ ହେଲେ ସୁଖୀ

ଚାହିଁଲେ ଲେଖିବା ପାଇଁ

ଲେଖୁ ଲେଖୁ କେତେ ଲେଖକ ହୋଇଲେ

କେତେ ଗଲେ ପୁଣି ଶୋଇ।

ଲେଖୁଥିବା ସେହି କବିଙ୍କ ଜୀବନ

ବିତିଯାଉ ମହା ସୁଖେ

ଉତ୍କଳ ଭାରତୀ ସହାୟକ ହୋଇ

ଯଶ ଲଭୁ ମହୀ ବୁକେ।

ବିଶ୍ବ ଦରବାରେ ପରିଚୟ ଲଭୁ

ପଥ ହେଉ କୁସୁମିତ

ଦୟାମୟ ହରି ଥିବେ ଦୟାକରି

ସୁଖଦ ଜୀବନ ଗୀତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational